HVF ରେ ବମ୍ପର ଭର୍ତ୍ତି, ଜାଣନ୍ତୁ କେମିତି କରିବେ ଆବେଦନ
ହେଭି ଭେଇକିଲ ଫ୍ୟାକ୍ଟ୍ରି(HVF) ରେ ଅପାରଣ୍ଟିସ ପଦବୀରେ ଭର୍ତ୍ତି କରାଯିବ । ଆବେଦନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ବୋର୍ଡ ଅଫ ଅପାରଣ୍ଟିସ ଟ୍ରେନିଂର ଅଫିସିଆଲ ୱେବସାଇଟ boat-srp.com କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ହେଭି ଭେଇକିଲ ଫ୍ୟାକ୍ଟ୍ରି(HVF) ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ଅଭିଯାନ ଜରିଆରେ ଅପାରଣ୍ଟିସ ପଦବୀରେ ଭର୍ତ୍ତି କରାଯିବ । ଆବେଦନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ବୋର୍ଡ ଅଫ ଅପାରଣ୍ଟିସ ଟ୍ରେନିଂର ଅଫିସିଆଲ ୱେବସାଇଟ boat-srp.com କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୬ ଡିସେମ୍ବର ୨୦୨୩ ରହିଛି ।
ଏହି ଭର୍ତ୍ତି ଅଭିଯାନ ପାଇଁ ଗ୍ରାଜୁଏଟ ଅପାରଣ୍ଟିସର ୧୧୦ ପଦ, ଟେକ୍ନିସିଆନ (ଡିପ୍ଲୋମା) ୧୧୦ ଏବଂ ନନ୍ ଇଂଜିନିୟରିଂ ଗ୍ରାଜୁଏଟ ଅପାରଣ୍ଟିସର ୧୦୦ ପଦବୀରେ ଭର୍ତ୍ତି କରାଯିବ ।
ପଦବୀ ବିବରଣୀ : ୩୨୦
ଗ୍ରାଜୁଏଟ ଅପାରଣ୍ଟିସ(ଇଂଜିନିୟରିଂ/ଟେକ୍ନୋଲୋଜି )
ମେକାନିକାଲ ଇଂଜିନିୟରିଂ : ୫୦
ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂ: ୧୬
କମ୍ପ୍ୟୁଟର ସାଇନ୍ସ ଏବଂ ଇଂଜିନିୟରିଂ : ୧୯
ସିଭିଲ ଇଂଜିନିୟରିଂ : ୧୫
ଅଟୋ ମୋବାଇଲ ଇଂଜିନିୟରିଂ : ୧୦
ଟେକ୍ନିସଆନ (ଡିପ୍ଲୋମା) :
ମେକାନିକାଲ ଇଂଜିନିୟରିଂ : ୫୦
ଇଲେକ୍ଟ୍ରିକା ଏବଂ ଇଲେଟ୍ରୋନିକ୍ସ ଇଂଜିନିୟରିଂ: ୩୦
କମ୍ପ୍ୟୁଟ ଇଂଜିନିୟରିଂ: ୭
ସିଭିଲ ଇଂଜିନିୟରିଂ: ୫
ଅଟୋ ମୋବାଇଲ ଇଂଜିନିୟରିଂ : ୧୮
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୬ ଡିସେମ୍ବର ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ଯେଉଁମାନେ ଚାହୁଁଛନ୍ତି, ତେବେ ନୋଟିଫିକେସନ ଚେକ୍ କରି ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ବିଷୟରେ ଜାଣିପାରିବେ ।
ଷ୍ଟାଇପେଣ୍ଡ :
ଗ୍ରାଜୁଏଟ ଅପାରଣ୍ଟିସ (ଇଂଜିନିୟରିଂ/ଟେକ୍ନୋଲୋଜି) : ୯ ହଜାର
ଟେକ୍ନିସିଆନ (ଡିପ୍ଲୋମା) ଅପାରଣ୍ଟିସ : ୮ ହଜାର
ନନ୍ ଇଂଜିନିୟରିଂ ଗ୍ରାଜୁଏଟ : ୯ ହଜାର
କେମିତି କରିବେ ଆବେଦନ :
ପ୍ରଥମେ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ mhrdnats.gov.in କୁ ଯାଆନ୍ତୁ ।
ଏହାପରେ ହୋମ ପେଜରେ ସମ୍ବନ୍ଧୀୟ ଲିଙ୍କରେ କ୍ଲିକ୍ କରନ୍ତୁ ।
ଏହାପରେ ଲଗଇନ କ୍ରେଡେନ୍ସିଆଲ କରି ଲଗଇନ କରନ୍ତୁ ।
ଏହାପରେ ସମସ୍ତ ଡିଟେଲ୍ସ ଭରନ୍ତୁ ।
ଏହାପରେ ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।
ଏହାପରେ ଫର୍ମ ସବମିଟ୍ କରନ୍ତୁ ।
ଆବେଦନ ଫର୍ମ ଡାଉନଲୋଡ କରନ୍ତୁ ।
ଶେଷରେ ଫର୍ମ ପ୍ରିଣ୍ଟ ଆଉଟ୍ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।