IAS ହେଇଥାନ୍ତେ ହେଲେ ଏକତରଫା ପ୍ରେମ କରି ପାଲଟିଗଲେ ଅପରାଧୀ

ଭୁବନେଶ୍ୱର : ବନ୍ଧା ହେଲେ ଏକତରଫା ପ୍ରେମିକ । ଧୂର୍ତ୍ତ ଯୁବକ ଅପରାଧିକ କାହାଣୀର ଏକ୍ସକ୍ଲୁସିଭ ଫୁଟେଜ୍‌ ଦେଖନ୍ତୁ । କିଭଳି ପୋଷ୍ଟ ଅଫିସରୁ ଚିଠି ପଠାଇ ଧମକ ଦେଉଥିଲା, ବଦନାମ କରୁଥିଲା ଜଣେ ମହିଳାଙ୍କୁ । ସତରେ ଆଶ୍ଚର୍ଯ୍ୟ ଲାଗୁଛି ଏହି ଯୁବକଙ୍କ କଥା ଶୁଣି । ସ୍ବପ୍ନ ଦେଖୁଥିଲେ IAS ହେବା ପାଇଁ । ସେଥି ଲାଗି ପରିଶ୍ରମ ବି କରୁଥିଲେ । ରାଜଧାନୀର ଏକ ପ୍ରତିଷ୍ଠିତ ସରକାରୀ ଇଞ୍ଜିନିୟରିଂ କଲେଜରୁ ବି-ଟେକ ପାସ ଆଉଟ୍ ହୋଇଛନ୍ତି । ହେଲେ ଏବେ ଏହି ମେଧାବୀ ଛାତ୍ର ପ୍ରତ୍ୟୁଷ ମହାନ୍ତି ସାଇବର ପୋଲିସ କବଜାରେ। ନିଜର ଜଣେ ସହପାଠିନୀଙ୍କୁ ଏକ ତରଫା ପ୍ରେମ କରୁଥିଲେ। ତାଙ୍କୁ ପାଇବା ପାଇଁ ଯେତେ ପ୍ରକାର କୌଶଳ ମୁଣ୍ଡକୁ ଯୁଟିଲା ସେସବୁ କଲେ । ହେଲେ ଯେତେବେଳେ ଜାଣିଲେ ଯେ ନିଜ ଲକ୍ଷ୍ୟରେ ସଫଳ ହେଉ ନାହାନ୍ତି ନିଷ୍ପତ୍ତି ନେଲେ କି ବାନ୍ଧବୀ ଜଣକ ମୋର ନୁହେଁ ତ କାହାର ନୁହେଁ। ତେଣୁ ରଚିଲେ ଷଡ଼ଯନ୍ତ୍ର…

ବାନ୍ଧବୀ ଜଣକ ଅନ୍ୟଜଣଙ୍କୁ ବିବାହ କରି ଉତ୍ତରାଖଣ୍ଡରେ ରହୁଛନ୍ତି। ପ୍ରେମରେ ବିଫଳ ହୋଇ ପ୍ରତ୍ୟୁଷ ବାରମ୍ବାର ସାମାଜିକ ଗଣମାଧ୍ୟମରେ ନିଜ ବାନ୍ଧବୀ ଓ ତାଙ୍କ ସ୍ଵାମୀଙ୍କୁ ବଦନାମ କରୁଥିଲେ। ଫେକ୍‌ ଆଇଡି ବନାଇ ଅଶ୍ଳୀଳ ମେସେଜରୁ ଆରମ୍ଭ କରି ଧମକ ଚକମ ଦେଉଥଲେ । ଖାଲି ମହିଳା କି ତାଙ୍କ ସ୍ୱାମୀ ନୁହନ୍ତି, ପରିବାର ଲୋକଙ୍କୁ ବି ଖୁବ୍‌ ହଇରାଣ କରୁଥିଲେ । ଶେଷରେ ଏ ନେଇ ଅଭିଯୋଗ କରାଗଲା ସାଇବର ଥାନରେ । ସାଇବର ଥାନା ପୋଲିସ ଜୋରଦାର ତଦନ୍ତ କଲା । ସିସିଟିଭି ଫୁଟେଜ ଓ ଡିଜିଟାଲ ପ୍ରମାଣକୁ ଆଧାର କରି ୨୪ ଘଣ୍ଟାରେ ଅପରାଧୀକୁ ଧରିଛନ୍ତି। କଟକର ଚାଉଳିଆଗଞ୍ଜ ଥାନା ଅଞ୍ଚଳରୁ ପ୍ରତ୍ୟୁଷଙ୍କୁ ଗିରଫ କରିଛି ପୋଲିସ୍‌ ।

ଏହା କମିଶନରେଟ୍‌ ପୋଲିସ ‘HER’ ଟିମ୍‌ର ସଫଳତା । ତେବେ କେବଳ ଏହି ଘଟଣା ନୁହେଁ ସୋସିଆଲ ମିଡିଆରେ ବନ୍ଧୁତା କରୁଥିବା ଝିଅମାନେ କିଭଳି ସତର୍କ ରହିବେ ସେ ନେଇ ମଧ୍ୟ ପୋଲିସ୍‌ ସଚେତନ କରାଇଛି । ଫାଭିଓ-ଯଦି ଏଭଳି କୌଣସି ଘଟଣା ଘଟୁଛି ତେବେ ଝିଅମାନେ ତାକୁ ନଲୁଚାଇ ତୁରନ୍ତ ସାଇବର ଥାନାକୁ ଜଣାଇଲେ କର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ । ତେବେ ଏହା ସହିତ ଯୁବକମାନଙ୍କୁ ମଧ୍ୟ ଅନୁରୋଧ ସେମାନେ ଏଭଳି ହୀନ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ନଚେତ ପ୍ରତ୍ୟୁଷଙ୍କ ଭଳି ଦଶା ଭୋଗିବେ ।