IBPS ଅଧିନରେ ଚାକିରି ସୁଯୋଗ, ୬ ହଜାର ପଦବୀ ପାଇଁ କରନ୍ତୁ ଆବେଦନ

ଇନଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଂ ପର୍ସେନେଲ ସିଲେକ୍ସନରେ ଆବେଦନ କରିବାର ଶେଷ ତାରିଖ ଆଗକୁ ବଢିଛି । ଏବେ ଖାଲିପଡିଥିବା ପଦବୀ ପାଇଁ ୨୮ ଜୁଲାଇ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏଠାରେ ୬ ହଜାରରୁ ଅଧିକ ପଦବୀ ପାଇଁ ଖାଲିପଡିଛି । ଆବେଦନ ୧୦ ଜୁଲାଇରୁ ଆରମ୍ଭ ହୋଇଛି ।

ପୂର୍ବରୁ ଆବେଦନ କରିବାର ଶେଷ ତାରିଖ ୨୧ ଜୁଲାଇ ରହିଥିଲା, ଯାହାକୁ ଏବେ ବଢାଇ ୨୮ ଜୁଲାଇ ପର୍ଯ୍ୟନ୍ତ କରାଯାଇଛି । ତେଣୁ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ େଓ୍ଵବସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୬୦୦୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୮ ଜୁଲାଇ ରହିଛି । ପରୀକ୍ଷା ତାରିଖ ୨୪, ୨୫ ଏବଂ ୩୧ ଅଗଷ୍ଟ ୨୦୨୪ରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ଆଇବିପିଏସ କ୍ଲର୍କ ସିଆରପି ୧୪ ପରୀକ୍ଷା ୨୦୨୪ ରେ ହେବ । ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୦ରୁ ୨୮ ବର୍ଷ ମଧ୍ୟରେ ହେବା ଜରୁରୀ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ୮୫୦ ଆବେଦନ ଶୁଳ୍କ ଦେବାକୁ ହେବ ।

ଦରମା : ପ୍ରାର୍ଥୀଙ୍କୁ ପ୍ରଥମ ୩ ମାସରେ ମାସିକ ଦରମା ୧୯,୯୦୦ ସହିତ ୧ ହଜାର ଇନକ୍ରିମେଣ୍ଟ ଏବଂ ୪ର୍ତ ବର୍ଷରୁ ୨୪,୫୯୦ଟଙ୍କା ସହିତ ୧୪୯୦ ଇନକ୍ରିମେଣ୍ଟ ମିଳିବ ।

ଚୟନ ପ୍ରକ୍ରିୟା :

ସିଲେକ୍ସନ ପାଇଁ ପ୍ରାର୍ଥୀଙ୍କୁ ପରୀକ୍ଷା ଦେବାକୁ ହେବ । ଏଥିପାଇଁ ପ୍ରି ଏବଂ ମେନ୍ସ ପରୀକ୍ଷା ପାସ୍‌ କରିବାକୁ ହେବ । ପ୍ରିଲିମ୍ସ ପାସ୍‌ କରିଥିବା ପ୍ରାର୍ଥୀ ମେନ୍ସ ପରୀକ୍ଷା ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।