IBPS RRB ପାଇଁ ନୋଟିଫିକେସନ ଜାରି: ବ୍ୟାଙ୍କ PO ଏବଂ କ୍ଲର୍କ ପଦବୀ ପାଇଁ କରିପାରିବେ ଆବେଦନ
IBPS RRB ରେ ପିଓ ଏବଂ କ୍ଲର୍କ ପଦବୀ ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ ।

ଆଇବିପିଏସ୍ ଆରଆରବି ପାଇଁ ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ । ୨୦୨୩ ପାଇଁ ଆଇବିପିଏସ୍ କ୍ଲର୍କ ପିଓ ପରୀକ୍ଷା ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ (ibps.in) କୁ ଯାଇ ସିଆରପି ଆରଆରବି- XII ପାଇଁ ଆବେଦନ କରିପାରିବେ । ଅନଲାଇନରେ ଆବେଦନ କରିବାର ଶେଷ ତାରିଖ ୨୧ ଜୁନ୍ ୨୦୨୩ ରହିଛି ।
ସମଗ୍ର ଦେଶରେ ୮୬୦୦ ପଦବୀ ଖାଲି ପଡିଛି । ସେଥିରେ ଅଫିସ ଆସିଷ୍ଟାଣ୍ଟ(କ୍ଲର୍କ), ପିଓ(ଆସିଷ୍ଟାଣ୍ଟ ମ୍ୟାନେଜର), ମ୍ୟାନେଜର, ସିନିଅର ମ୍ୟାନେଜର ପଦବୀରେ ଭର୍ତ୍ତି ହେବ । ସିଆରପି ପରୀକ୍ଷା ଆଧାରରେ ଚୟନ କରାଯିବ ।
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୧ ଜୁନ୍ ୨୦୨୩ ରହିଛି । ପରୀକ୍ଷା ଜୁଲାଇରୁ ୧୭ ଏବଂ ଜୁଲାଇରୁ ୨୨ ତାରିଖ ମଧ୍ୟରେ ହେବ ।
ପଦବୀ ବିବରଣୀ : ୮୬୦୦
ଅଫିସ ଆସିଷ୍ଟାଣ୍ଟ :
ଆସିଷ୍ଟାଣ୍ଟ ମ୍ୟାନେଜର :
ମ୍ୟାନେଜର :
ସିନିଅର ମ୍ୟାନେଜର :
ନୋଟିଫିକେସନ ବ୍ୟାଙ୍କର ୱେବସାଇଟରେ ଜାରି କରାଯାଇଛି । ନୋଟିଫିକେସନରେ ରାଜ୍ୟ ହିସାବରେ ଖାଲି ପଦବୀ, ଯୋଗ୍ୟତା, ଚୟନ ପ୍ରକ୍ରିୟା ଏବଂ ଅନ୍ୟ ବିବରଣୀ ଦେଇ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଅଫିସ ଆସିଷ୍ଟାଣ୍ଟ ପାଇଁ କୌଣସି ମାନ୍ୟତାପ୍ରାପ୍ତ କଲେଜରୁ ଗ୍ରାଜୁଏସନ କରିଥିବା ଜରୁରୀ । ସେହିପରି ଜେନେରାଲ ବ୍ୟାଙ୍କିଂ ଅଫିସର, ଅଫିସର ସ୍କେଲ ୩ ପାଇଁ ଗ୍ରାଜୁଏସନ କରିଥିବା ଜରୁରୀ ।
ଆବେଦନ ଶୁଳ୍କ : ଅନୁସୂଚିତ ଜାତି/ଜନଜାତି/ PWBD/EXSM ପ୍ରାର୍ଥୀ ୧୭୫ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନ୍ୟ ପ୍ରାର୍ଥୀ ୮୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।
କେମିତି କରିବେ ଆବେଦନ :
ଆବେଦନ କରିବା ପାଇଁ ପ୍ରଥମେ ଆଇବିପିଏସ୍ର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ।
ତା’ ପରେ ଆରଆରବି ପିଓ କ୍ଲର୍କ ଲିଙ୍କରେ କ୍ଲିକ୍ କରନ୍ତୁ ।
ରେଜିଷ୍ଟ୍ରର କରିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ ।
ସମସ୍ତ ଦରକାରୀ ଡକ୍ୟୁମେଣ୍ଟ ଭରିବା ପରେ ଆବେଦନ ଶୁଳ୍କ ଦେଇ ଫର୍ମ ସବମିଟ୍ କରନ୍ତୁ ।
ତା’ ପରେ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :
https://www.ibps.in/wp-content/uploads/Final_Ad_CRP_RRB_XII.pdf