ସରକାରୀ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ICMR ରେ କରନ୍ତୁ ଆବେଦନ
୧୦ମ୍ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ICMR ର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ମାଲେରିଆ ଆଣ୍ଡ ରିସର୍ଚ୍ଚରେ ଅନେକ ପଦବୀ ଖାଲିପଡିଛି । ଆବେଦନ କରିବାର ଶେଷ ତାରିଖ ୨୧ ଜୁଲାଇ ରହିଛି ।

ICMR ର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ମାଲେରିଆ ଆଣ୍ଡ ରିସର୍ଚ୍ଚରେ ଅନେକ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଏଥିପାଇଁ ଆଇସିଏମଆରର ଏନଆଇଏମଆର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । nimr.org.in ଟେକ୍ନିକାଲ ଆସିଷ୍ଟାଣ୍ଟ, ଲାବ୍ରୋଟେରୀ ଅଟେଣ୍ଟାଣ୍ଟ ଏବଂ ଟେକ୍ନିସିଆନ ଇତ୍ୟାଦି ।
ପଦବୀ ବିବରଣୀ : ୭୯
ଟେକ୍ନିକାଲ ଆସିଷ୍ଟାଣ୍ଟ : ୨୬
ଟେକ୍ନିସିଆନ: ୧
ଲାବ୍ରୋଟାରୀ ଆସିଷ୍ଟାଣ୍ଟ : ୪
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୧ ଜୁଲାଇ ୨୦୨୩ ରହିଛି । ଶେଷ ତାରିଖ ପୂର୍ବରୁ ଫର୍ମ ପୂରଣ କରନ୍ତୁ । ଖାଲିପଦବୀ ପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଅନ୍ୟ କୌଣସି ପ୍ରକାରରେ ଆବେଦନ ସ୍ୱୀକାର କରାଯିବ ନାହିଁ ।
ଶିକ୍ଷାଗତ ଯୋଗ୍ୟତା : ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀ ପାଇଁ ସମ୍ବନ୍ଧୀୟ କ୍ଷେତ୍ରରେ ଡିଗ୍ରୀ କିମ୍ବା ଡିପ୍ଲୋମା କରିଥିବା ଜରୁରୀ। ଟେଖ୍ନିସିଆନ ପାଇଁ ୧୨ଶ ବିଜ୍ଞାନ ସହିତ କମ୍ପ୍ୟୁଟର ସାଇନ୍ସ କିମ୍ବା ଡିଏମଏଲଟିରେ ଡିପ୍ଲୋମା କରିଥିବା ଜରୁରୀ । ଏହାସହିତ ଲାବ ଆଟେଣ୍ଡାଣ୍ଟ ପାଇଁ ୧୦ମ ପାସ୍ ସହିତ ବର୍ଷକର ଅଭିଜ୍ଞତା ଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୫ରୁ ୩୦ ବର୍ଷ ମଧ୍ୟରେ ହେବା ଜରୁରୀ ।
ଦରମା : ଚୟନ ହେବା ପ୍ରାର୍ଥୀଙ୍କୁ ମାସିକ ୧,୧୨,୪୦୦ ଟଙ୍କା ଦରମା ମିଳିବ । ସେହିପରି ଟେକ୍ନିକାଲ ଆସିଷ୍ଟାଣ୍ଟ ପଦରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ୩୫ ହଜାରରୁ ୧,୧୨,୪୦୦ ଟଙ୍କା, ଟେକ୍ନିସିଆଲ ପଦବୀ ପାଇଁ ୧୯,୯୦୦ରୁ ୬୩ ହଜାର ପର୍ଯ୍ୟନ୍ତ ଦରମା ଏବଂ ଲାବ୍ରୋଟୋରୀ ଆଟେଣ୍ଡାଣ୍ଟଙ୍କୁ ୧୮ ହଜାରରୁ ୫୬ ହଜାର ପର୍ଯ୍ୟନ୍ତ ଦରମା ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ମେଡିକାଲ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ ମାଧ୍ୟମରେ ହେବ । ପ୍ରାର୍ଥୀଙ୍କୁ ସମସ୍ତ ପରୀକ୍ଷାରେ ପାସ୍ କରିବା ପରେ ନିଯୁକ୍ତି ମିଳିବ ।
କେମିତି କରିବେ ଆବେଦନ : ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ଏହି ଠିକଣାରେ ଆବେଦନ କରିପାରିବେ ।
Director, National Institute of Malaria & Research, Sector – 8, Dwarka, New Delhi – 110077
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :