IDBI ବ୍ୟାଙ୍କରେ SO ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ବମ୍ପର ନିଯୁକ୍ତି, ଆଜି ଆବେଦନ କରିବାର ଶେଷ ତାରିଖ
ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଭର୍ତ୍ତି ପାଇଁ ଜାରି ହୋଇଛି ନୋଟିଫିକେସନ । ବ୍ୟାଙ୍କରେ so ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ଆଜି ଆବେଦନ କରିବାର ଶେଷ ତାରିଖ। ତୁରନ୍ତ କରନ୍ତୁ ଆବେଦନ ।

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଭର୍ତ୍ତି ପାଇଁ ଜାରି ହୋଇଛି ନୋଟିଫିକେସନ । ବ୍ୟାଙ୍କରେ so ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ଭର୍ତ୍ତି ଆବେଦନ ପ୍ରକ୍ରିୟା ୧୨ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ରହିଛି। ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ idbibank.in କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ :
ସ୍ପେଶାଲିଷ୍ଟ ଅଫିସର : ୧୧୪
ଆସିଷ୍ଟାଣ୍ଟ ମ୍ୟାନେଜର : ୬୦୦
ଜରୁରୀ ତାରିଖ :ଆବେଦନ କରିବାର ଶେଷ ତାରିଖ ୧୨ ମାର୍ଚ୍ଚ ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି ।
ଆବେଦନ ଶୁଳ୍କ : ସାଧାରଣ ବର୍ଗ, ଓବିସି ଇଡବ୍ଲ୍ୟୁଏସ ପ୍ରାର୍ଥୀ ୧୦୦୦ ଟଙ୍କା ଆବେଦନ ଶୁଳ୍କ ପ୍ରଦାନ କରିବେ। ସେହିପରି ଅନୁସୂଚିତ ଜାତି ଏବଂ ଜନତା ପ୍ରାର୍ଥୀ ୨୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ଏହି ପେମେଣ୍ଟ କ୍ରେଡିଟ କାର୍ଡ, ଡେବିଟ କାର୍ଡ, ନେଟ ବ୍ୟାଙ୍କିଂ ଇତ୍ୟାଦି ଆଧାରରେ ହେବ ।
କେମିତି କରିବେ ଆବେଦନ :
ପ୍ରଥମେ ପ୍ରାର୍ଥୀ ଆଇଡିବିଆଇର ଅଫିସିଆଲ ୱେବସାଇଟ୍ idbibank.in କୁ ଯାଆନ୍ତୁ।
ହୋମ ପେଜରେ ଆଇଡିବିଆଇ ରିକ୍ରୁଟମେଣ୍ଟ ୨୦୨୩ ଉପରେ କ୍ଲିକ୍ କରନ୍ତୁ ।
ଏକ ନୂଆ ପେଜ୍ ଖୋଲିବ, ସେଥିରେ ଏସଓ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ଅନଲାଇନ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
ପ୍ରଥମେ ନିଜର ରେଜିଷ୍ଟ୍ରେସନ କରିବା ପରେ ଫର୍ମ ପୂରଣ କରନ୍ତୁ ।
ଆବେଦନ ଶୁଳ୍କ ଦେବା ପରେ ସବମିଟ୍ ବଟନ ଉପରେ କ୍ଲିକ୍ କରନ୍ତୁ ।
ସବମିଟ ହେବା ପରେ ଫାଇନାଲ ପେଜ ଡାଉନଲୋଡ କରନ୍ତୁ ।
ଶେଷରେ ଏହାର ଏକ କପି କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :
https://www.idbibank.in/pdf/careers/Final-Detailed-Advertisement-AM-2023-24.pdf
https://www.idbibank.in/pdf/careers/Final-Detailed-Advt-Spl-23-24.pdf