ଗ୍ରାଜୁଏଟ ଯୁବପିଢ଼ିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, IDBI ବ୍ୟାଙ୍କରେ ତୁରନ୍ତ କରନ୍ତୁ ଆବେଦନ

ସ୍ନାତକୋତ୍ତର ପ୍ରାର୍ଥୀଙ୍କ ପାଇଁ ଆଇଡିବିଆଇ ବ୍ୟାଙ୍କ ଏକ ଖୁସି ଖବର । ବ୍ୟାଙ୍କରେ ନିଯୁକ୍ତି ପାଇବାକୁ ଚାହୁଁଥିଲେ, ତୁରନ୍ତ ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ଆବେଦନ କରିପାରିବେ । ଏଥିପାଇଁ ମାର୍ଚ୍ଚ ୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁରହିବ । ଆବେଦନ ପାଇଁ ଅନଲାଇନ ୱେବସାଇଟକୁ ଯିବାକୁ ହେବ ।
ପଦବୀ ବିବରଣୀ : ୬୫୦ (ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର)
ସାଧାରଣବର୍ଗ: ୨୬୦
ଓବିସି : ୧୭୧
ଅନୁସୂଚିତ ଜାତି : ୧୦୦
ଅନୁସୂଚିତ ଜନଜାତି: ୪୫
ଜରୁରୀ ତାରିଖ : ମାର୍ଚ୍ଚ ୧ ରୁ ୧୨ ମାର୍ଚ୍ଚ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଯେକୌଣସି ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ଗ୍ରାଜୁଏସନ କରିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀ ୨୦ ରୁ ୨୫ ବର୍ଷର ହୋଇଥିବା ଜରୁରୀ । ଓବିସି, ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁସାରେ ବୟସ ସୀମାରେ ଛାଡ୍ ମିଳିବ ।
ଆବେଦନ ଶୁଳ୍କ : ପ୍ରାର୍ଥୀଙ୍କୁ ଆବେଦନ ପାଇଁ ଶୁକ୍ଳ ୧୦୫୦ ଟଙ୍କା ଥିବା ବେଳେ ଅନୁସୂଚିତ ଜାତି/ଜନଜାତି ଏବଂ ଦିବ୍ୟାଙ୍ଗ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୨୫୦ ଟଙ୍କା ରଖାଯାଇଛି । ଆବେଦନ ଶୁଳ୍କ ଡେବିଟ୍ କାର୍ଡ, କ୍ରେଡିଟ କାର୍ଡ, ଇଣ୍ଟରନେଟ ବ୍ୟାଙ୍କିଂ, ଆଇଏମପିଏସ ଆଦି ଜରିଆରେ ଦିଆଯାଇପାରିବ ।
ଆବେଦନ ପ୍ରକ୍ରିୟା :
ଆବେଦନକାରୀ ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ହୋମପେଜର କ୍ୟାରିଅର ଅପସନ ଉପରେ କ୍ଲିକ କରନ୍ତୁ ।
ଆସୁଥିବା କରେଣ୍ଟ ଓପନିଂ ଅପସନରେ କ୍ଲିକ କରନ୍ତୁ ।
ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର ଲିଙ୍କ ଉପରେ କ୍ଲିକ କରି ଅପଲୋଡ଼ କରନ୍ତୁ ।
ସମସ୍ତ ବିବରଣୀ ଭରି ଶୁକ୍ଳ ଦେଇ ଆବେଦନ ପ୍ରକ୍ରିୟାକୁ ସମାପ୍ତ କରନ୍ତୁ ।
ଚୟନ ପ୍ରକ୍ରିୟା :
ପ୍ରାର୍ଥୀଙ୍କ ଚୟନ ସିବିଟି ପରୀକ୍ଷା ଜରିଆରେ କରାଯିବ । ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଅନଲାଇନ ପରୀକ୍ଷାରେ ପ୍ରଶ୍ନ ଅବଜେକ୍ଟିଭ ରହିବ । ପରୀକ୍ଷାରେ ମାଇନସ ମାର୍କିଙ୍ଗ ଲାଗୁ ହେବ ।
ଅଧିକ ବିବରଣୀ ପାଇଁ ନୋଟିଫିକେସନରେ ଯାଇ ଚେକ କରିପାରିବେ ।
Also Read : ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କରେ ଭର୍ତ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ