ଏହି ଉପାୟରେ ସାଥୀଙ୍କ ସ୍ୱରରୁ ଜାଣନ୍ତୁ ସେ ଆପଣଙ୍କୁ ଧୋକା ଦେଉନାହାନ୍ତି ତ!

ଆଜିକାଲି ରିଲେସନ୍ସିପ୍ରେ ମିଛ କହିବା ଓ ଧୋକା ଦେବା ଏକ ସାଧାରଣ କଥା ପାଲଟିଛି। ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣାର ଅଭାବ ଥିଲେ ଏଭଳି ପରିସ୍ଥିତି ଅଧିକ ଉପୁଜେ। ଘରେ ସ୍ତ୍ରୀ ସହ ଝଗଡ଼ା କରି ଅଧିକାଂଶ ପୁରୁଷ ବାହାରେ ପର ମହିଳାଙ୍କ ସହ ସମ୍ପର୍କ ରଖୁଛନ୍ତି। ପୂର୍ବ ତୁଳନାରେ ଏବେ ଏଭଳି ମାମଲା ବଢ଼ିବାରେ ଳାଗିଛି। ତେବେ ଏକ ନୂଆ ରିସର୍ଚ୍ଚରେ ଜଣାପଡ଼ିଛି ଯେ ପାର୍ଟନରଙ୍କ ସ୍ୱରରୁ ବି ଆପଣ ଜାଣିପାରିବେ ସାଥୀ ସତ କହୁଛନ୍ତି ନା ମିଛ। ଆସନ୍ତୁ ଜାଣିବା କେମିତି…
ସାଧାରଣତଃ ମିଛ କହିବା ବେଳେ ଲୋକମାନେ ଭାବିଚିନ୍ତି କଥାବାର୍ତ୍ତା କରିଥାନ୍ତି। ବେଳେବେଳେ ଧରାପଡ଼ିଯିବା ଭୟରେ ପୁଅମାନେ ଗୁଡ଼େ ଏଣୁ ତେଣୁ କଥା ଗପି ଦିଅନ୍ତି। ଏହା କାରଣରୁ ତାଙ୍କ ମିଛ ଧରାପଡ଼େ। ଏହା ବ୍ୟତୀତ କିଛି ପୁଅ ଅଛନ୍ତି ମିଛ କହୁ କହୁ ସତ କହି ଦିଅନ୍ତି। ଫଳରେ ସେମାନଙ୍କ ଚୋର ଧରାପଡ଼ିଯାଏ। ଏଣୁ ଆପଣଙ୍କ ପାର୍ଟନର ଯଦି କଥା ହେବା ବେଳେ ଧୀରେ ଧୀରେ ଭାବିଚିନ୍ତି କଥା ହେଉଥାନ୍ତି ତେବେ ଜାଣନ୍ତୁ ଯେ ସେ ଆପଣଙ୍କୁ ମିଛ କହିବାକୁ ଚେଷ୍ଟା କରୁଛନ୍ତି।
ଯଦି ପାର୍ଟନର ଫୋନ୍ରେ କଥା ହେବା ବେଳେ ଥଙ୍ଗମଙ୍ଗ ହୋଇ କଥା ହେଉଥାନ୍ତି ତେବେ ଜାଣନ୍ତୁ ଯେ ସେ କିଛି ଭୁଲ କାମ କରୁଛନ୍ତି, ଯାହା ଆପଣଙ୍କୁ ଲୁଚାଉଛନ୍ତି। ଏଣୁ ଭୟରେ ଏଭଳି କଥାବାର୍ତ୍ତା ହେଉଛନ୍ତି।