ଇଂଜିନିୟରିଂରେ ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ IFFCO ରେ ଆବେଦନ, ଦରମା ମାସକୁ ୩୫ ହଜାର ଟଙ୍କା

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର ରହିଛି । ଇଫକୋ (IFFCO) ରେ ଖାଲିପଡିଛି ପଦବୀ । ଏହି ପଦବୀରେ ଗ୍ରାଜୁଏଟ୍‌ ଇଂଜିନିୟର ଆବେଦନ କରିପାରିବେ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ gea.iffco.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ଏଠାରେ ଆବେଦନ କରିବାର ଶେଷ ତାରିଖ ଜୁଲାଇ ୩୧, ୨୦୨୪ ରହିଛି ।

ପଦବୀ ବିବରଣୀ :

ଗ୍ରାଜୁଏଟ ଇଂଜିନିୟର ଅପାରଣ୍ଟିସ

ଜରୁରୀ ତାରିଖ : ଆବେଦନ କରିବାର ଏବେ ଠାରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ଜୁଲାଇ ୩୧, ୨୦୨୪ ରହିଛି ।

ଦରମା : ଚୟନ ହେବା ପ୍ରର୍ଥୀଙ୍କୁ ମାସିକ ୩୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ ।

ବୟସ ସୀମା : ଏଥିରେ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ଅଧିକତମ ବୟସ ୩୦ହେବା ଜରୁରୀ । ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗ ପାଇଁ ଅଧିକତମ ବୟସ ସୀମାରେ ୫ ବର୍ଷର ଛୁଟ୍‌ ମିଳିବ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀମାନେ ଜେନେରାଲ, ଓବିସି ପାଇଁ ସର୍ବନିମ୍ନ ୬୦% ମାର୍କ ଏବଂ SC / ST ପ୍ରାର୍ଥୀଙ୍କ ପାଇଁ ୫୫% ମାର୍କ ହାସଲ କରିଥିବା ଆବଶ୍ୟକ । BE / B.Tech ରେ CGPA ଥିବା ପ୍ରାର୍ଥୀମାନେ ଆବେଦନ କରିବା ସମୟରେ ସେମାନଙ୍କର ସ୍କୋରକୁ ଶତକଡା ରୂପାନ୍ତର କରିବାକୁ ପଡିବ । ଯୋଗ୍ୟତା ସମ୍ବନ୍ଧୀୟ ଅଧିକ ବିବରଣୀ ଅଫିସିଆଲ ନୋଟିଫିକେସନ ଚେକ୍‌ କରିପାରିବେ ।

ଆବେଦନ ଶୁଳ୍କ : ଏଥିପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ।

ଚୟନ ପ୍ରକ୍ରିୟା : ଅପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ଚୟନ ପ୍ରିଲିମିନାରୀ ଅନଲାଇନ ଟେଷ୍ଟ, ଫାଇନାଲ ଟେଷ୍ଟ ଏବଂ ମେଡିକାଲ ପରୀକ୍ଷା ଆଧାରରେ କରାଯିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।