IGI ଏୟାରପୋର୍ଟରେ ୧୦୪୭ ପଦବୀ ଖାଲି, ଜାଣନ୍ତୁ କେମିତି ହେବ ଚୟନ
ଇନ୍ଦିରା ଗାନ୍ଧି ଏୟାରପୋର୍ଟରେ ଭର୍ତ୍ତି ସୁଯୋଗ । ଏଠାରେ ୧ ହଜାରରୁ ଅଧିକ ପଦବୀ ଖାଲିପଡିଛି । ଏହି ପଦବୀରେ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ଇନ୍ଦିରା ଗାନ୍ଧି ଏୟାରପୋର୍ଟରେ ଭର୍ତ୍ତି ସୁଯୋଗ । ଏଠାରେ ୧ ହଜାରରୁ ଅଧିକ ପଦବୀ ଖାଲିପଡିଛି । ଏହି ପଦବୀରେ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।
ଇଚ୍ଛୁକ ପ୍ରାର୍ଥୀ igiaviationdelhi.com କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୧୦୭୪
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୧ ମଇ ୨୦୨୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ +୨ ପାସ୍ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ ହେବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍ ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ । ପରୀକ୍ଷା ଇଂଲିଶ ଏବଂ ହିନ୍ଦୀରେ ହେବ ।
ପ୍ରାର୍ଥୀଙ୍କ ପାଇଁ ପରୀକ୍ଷାରେ ଜେନେରାଲ ଆଓ୍ଵାରନେସ, ଏଭିଏସନ ବିଷୟବସ୍ତୁ, ଇଂଲିଶ ଏବଂ ରିଜନିଂ ପଡିବ ।
ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ୩୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।