IIIT ଆଲାହବାଦରେ ପ୍ରଫେସର ପଦବୀ ଖାଲି, ବିନା ପରୀକ୍ଷାରେ ହେବ ଚୟନ

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜି, ଆଲାହବାଦରେ ଖାଲିପଡିଛି ଅନେକ ପଦବୀ । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଥିଲେ ତୁରନ୍ତ ଆବେଦନ କରିଦିଅନ୍ତୁ । ଏଠାରେ ପ୍ରଫେସର, ଆସିଷ୍ଟାଣ୍ଡ ପ୍ରଫେସର ଏବଂ ଆସୋସିଏଟ ପ୍ରଫେସର ପଦବୀରେ ଭର୍ତ୍ତି ହେଉଛି । ଏଠାରେ ଆବେଦନ କରିବାର ଶେଷ ତାରିଖ ପୂର୍ବରୁ ଆବେଦନ କରିଦିଅନ୍ତୁ । ଏଠାରେ ପଦବୀ ଅନୁସାରେ ଆବେଦନ କରିବାର ଶେଷ ତାରିଖ ମଧ୍ୟ ଭିନ୍ନ ଭିନ୍ନ ରହିଛି ।

ଏଥିପାଇଁ ଅନଲାଇନ ଏବଂ ଅଫଲାଇନରେ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୪୭

ଆସିଷ୍ଟାଣ୍ଟ ପ୍ରଫେସର : ୪୭
ଆସୋସିଏଟ ପ୍ରଫେସର : ୪୪
ପ୍ରଫେସର : ୫୬

ଜରୁରୀ ତାରିଖ : ପ୍ରଫେସର ପଦବୀ ପାଇଁ ୧୭ ସେପ୍ଟେମ୍ବର ଶେଷ ତାରିଖ ରହିଥିବା ବେଳେ ଆସୋସିଏଟ ପ୍ରଫେସର ପଦ ପାଇଁ ୧୮ ସେପ୍ଟେମ୍ବର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୧୯ ସେପ୍ଟେମ୍ବର ଶେଷ ତାରିଖ ରହିଛି ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ବିନା ପରୀକ୍ଷାରେ କେବଳ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ପଦବୀ ଅନୁସାରେ ଅଲଗା ଅଲଗା ଦରମା ମିଳିବ । ପ୍ରଫେସର ପଦବୀ ପାଇଁ ୧୪ ଏ ମୁତାବକ, ଆସୋସିଏଟ ପ୍ରଫେସର ପାଇଁ ଲେବଲ ୧୩ ଏ୨ ମୁତାବକ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୧୦, ୧୧ ଏବଂ ୧୨ ହିସାବରେ ଦରମା ମିଳିବ ।

ଅଫଲାଇନ ଆବେଦନ ପତ୍ର ପଠାଇବାର ଠିକଣା : Registrar, Indian Institute of Information Technology, Allahabad, Devghat, Jhalwa, Prayagraj – 211015 UP (India).