IIT ପାଟନାରେ ଖାଲିପଡିଛି ବିଭିନ୍ନ ପଦବୀ, ଦରମା ମାସକୁ ୯୦ ହଜାର
ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପାଟନାରେ ଚାକିରି ପାଇଁ ନୋଟିଫିକେସନ ଜାରି । ଇଚ୍ଛୁକ ପ୍ରାର୍ଥୀ ୧୫ ମେ ମଧ୍ୟରେ ଆବେଦନ କରିପାରିବେ । ଖାଲିପଡିଥିବା ପଦବୀରେ ମାସକୁ ମିଳିବ ୯୦ ହଜାର ଟଙ୍କା ।

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ପାଟନା ଆଇଆଇଟିରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ staffrect.iitp.ac.in କୁ ଯାଇ ଆବେଦନ କରିପାରିବେ ।
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ମଇ, ୨୦୨୩ ରହିଛି ।
ପଦବୀ ବିବରଣୀ : ୧୦୯
ଏହି ୧୦୯ ପଦବୀରେ ନନ ଟିଚିଂ ପଦବୀ ଆଧାରରେ କରାଯିବ । ଡେପୁଟି ରେଜିଷ୍ଟ୍ରାର, ଡେପୁଟି ଲାଇବ୍ରେରିଆନ୍, ମେଡିକାଲ ଅଫିସର, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର, ପବ୍ଲିକ ରିଲେସନ ଅଫିସର ସମେତ ବିଭିନ୍ନ ପଦବୀରେ ଭର୍ତ୍ତି ହେବ ।
ଶିକ୍ଷାଗତ ଯୋଗ୍ୟତା : ଏହି ପଦରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟି/କଲେଜରୁ ଡିପ୍ଲୋମା/ଏମବିବିଏସ୍/ବିଇ/ବିଟେକ/ଏମଟେକ ଏମସିଏ/ଏମଏମସି/ ପିଏଚଡି ଯୋଗ୍ୟତା ରଖିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୭ ରୁ ୫୦ ବର୍ଷରେ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗଙ୍କୁ ବୟସ ସୀମାରେ ଛୁଟ୍ ମିଳିବ ।
ଆବେଦନ ଶୁଳ୍କ : ଆବେଦନ କରିବାର ପାଇଁ ୧୫୦୦ ଟଙ୍କା, ଗ୍ରୁପ ବି ପାଇଁ ୧୦୦୦ ଟଙ୍କା, ଗ୍ରୁପ ସି ପାଇଁ ୫୦୦ ଟଙ୍କା ଆବେଦନ ଶୁଳ୍କ ଦେବା ଜରୁରୀ । ଅନୁସୂଚିତ ଜାତି/ଜନଜାତି/PWD/EWS ଏବଂ ମହିଳା ପ୍ରାର୍ଥୀଙ୍କୁ ରିହାତି ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ/ଟ୍ରେଡ ଟେଷ୍ଟ, ଇଣ୍ଟରଭ୍ୟୁ ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ ଆଧାରରେ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ୮୦ ହଜାରରୁ ୯୦ ହାଜର ଯାଏଁ ଦରମା ମିଳିବ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :