ମୀନ ରାଶିରେ ଶୁକ୍ର ବକ୍ରି ହେବା ଦ୍ୱାରା ଏହି ୪ ରାଶି ଉପରେ ପଡିବ ଖରାପ ପ୍ରଭାବ

ଧନ, ସମୃଦ୍ଧି ଏବଂ ସୁଖ ପ୍ରଦାନକାରୀ ଶୁକ୍ର ଗ୍ରହ ୨ ମାର୍ଚ୍ଚ ୨୦୨୫ ସକାଳ ୫ଟା୧୨ ମିନିଟରୁ ମୀନ ରାଶିରେ ବକ୍ରି ହୋଇଛନ୍ତି । ଯାହା ପ୍ରଭାବିତ କରିଛି ବିଭିନ୍ନ ରାଶିମାନଙ୍କୁ । ଫଳରେ ମେଷ, ବୃଷ, କନ୍ୟା, ଏବଂ ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ । ଏହାସହିତ ମିଥୁନ, କର୍କଟ, ସିଂହ ଏବଂ ବିଛା ରାଶି ମାନଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ । କିନ୍ତୁ ଅନ୍ୟ ୪ ରାଶି ମାନଙ୍କୁ ଏଥିପ୍ରତି ସତର୍କ ରହିବାକୁ ପଡିବ । ଯେଉଁ ୪ଟି ରାଶିକୁ ସତର୍କ ରହିବାକୁ ପଡିବ ସେଗୁଡିକ ହେଲା ତୁଳା, ମକର, ମୀନ ଏବଂ କୁମ୍ଭ ।

ଆସନ୍ତୁ ଜାଣିବା ପ୍ରଥମ ତୁଳା ରାଶି ବିଷୟରେ:

rashiphala

ତୁଳା ରାଶିରେ ଷଷ୍ଠ ଗୃହରେ ଶୁକ୍ର ବକ୍ରି ହେବା ଦ୍ୱାରା ଏହାର ପରିଣାମ ସ୍ୱରୂପ ଏହି ରଶିର ବ୍ୟକ୍ତି ମାନଙ୍କୁ ଧନ ସମ୍ବନ୍ଧିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । କିନ୍ତୁ ଏହି ସମୟରେ ପୈତୃକ ସମ୍ପତ୍ତିରୁ ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି । ଯଦି କୌଣସି ସମ୍ପତ୍ତି ନାହିଁ ତ ଟଙ୍କା ଧାର ନେବାକୁ ପଡିପାରେ । ଚାକିରିରେ ବଦଳି ଯୋଗ ରହିଛି । ଜୀବନ ସାଥୀଙ୍କ ସହିତ ସମସ୍ୟା ବଢିପାରେ କିମ୍ବା ଯୁକ୍ତିତର୍କ ହୋଇପାରେ । ଏହାସହିତ ଶରୀରର ଧ୍ୟାନ ଦେବାକୁ ପଡିବ ।

ଦ୍ଵିତୀୟ ରାଶିଟି ମକର ରାଶି । ଏହି ମକର ରାଶିରେ ତୃତୀୟ ଗୃହରେ ଶୁକ୍ର ବକ୍ରି ହେବା ସହ ଗୋଚରରେ ରହିବା ଦ୍ୱାରା ଭାଇ ଭଉଣୀଙ୍କ ଭିତରେ ସମ୍ପର୍କ ଖରାପ ହୋଇପାରେ କିମ୍ବା ଉଭୟଙ୍କ ଭିତରେ କୌଣସି ସମସ୍ୟା ଉତ୍ପନ୍ନ ହୋଇପାରେ । ଚାକିରିରେ ସ୍ଥାନ ପରିବର୍ତ୍ତମନ ହୋଇପାରେ । ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି । ସମ୍ପର୍କ ଏବଂ ଶରୀରକୁ ନେଇ ସତର୍କ ରୁହନ୍ତୁ ।

ତୃତୀୟ ରାଶିଟି କୁମ୍ଭ ରାଶି । କୁମ୍ଭ ରାଶିର ଦ୍ଵିତୀୟ ଗୃହରେ ଶୁକ୍ର ବକ୍ରି ରହିଛନ୍ତି । ଏହାର ପରିଣାମ ସ୍ୱରୁପ ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଯୋଜନା କରି କାର୍ଯ୍ୟ କରିବାକୁ ପଡିବ । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ ବିବାଦ ଉପୁଜିପାରେ । ଯାହାଦ୍ଵାରା ଆପଣଙ୍କ ଚିନ୍ତା ବଢିପାରେ । ଅଯଥା ଖର୍ଚ୍ଚ ବଢିପାରେ । ଜୀବନ ସାଥୀ କିମ୍ବା ପ୍ରେମ ସମ୍ପର୍କରେ ସତର୍କ ରୁହନ୍ତୁ ।

ଚତୁର୍ଥ ତଥା ଶେଷ ରାଶିଟି ମୀନ ରାଶି। ମୀନ ରାଶିରେ ପ୍ରଥମ ଗୃହରେ ଶୁକ୍ର ବକ୍ରି ହେବା ସହ ଗୋଚରରେ ରହିବା ଦ୍ୱାରା ଚାକିରିରେ ଅଚାନକ ବଦଳି ଯୋଗ ରହିଛି । ଆପଣ ନିଜର ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପାରିନ୍ତି । ଘର ପରିବାର ସଦସ୍ୟଙ୍କ ଶରୀରକୁ ନେଇ ଆପଣଙ୍କ ଚିନ୍ତା ବଢିଯାଇ ପାରେ । ନିଜର ଶରୀର ଉପରେ ଧ୍ୟାନ ଦେବାକୁ ପଡିବ । ଜୀବନସାଥୀଙ୍କୁ ନେଇ ଆପଣ ଚିନ୍ତାରେ ରହିପାରନ୍ତି । ଆପଣ ନିଜର ଖାଦ୍ୟ ପାନୀୟ ଉପରେ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ । ତେବେ ନିଜ କର୍ମ କରି ଚାଲନ୍ତୁ ଆଉ ପ୍ରଭୁଙ୍କ ଚରଣରେ ନିଜକୁ ସମର୍ପଣ କରି ଦିଅନ୍ତୁ । କେବଳ ମଙ୍ଗଳ ହିଁ ହେବ ।

ଆହୁରି ପଢନ୍ତୁ:ମେଷରୁ ମୀନ ରାଶି ପର୍ଯ୍ୟନ୍ତ ଲୋକଙ୍କର ଆଜି କେମିତି କଟିବ ଦିନ