ସ୍ବତନ୍ତ୍ର ଦିବସର ସ୍ବତନ୍ତ୍ର ରେସିପି : ତ୍ରିରଙ୍ଗା ସାଲାଡ୍

ସ୍ବତନ୍ତ୍ର ଦିବସ ଦିନ ଆପଣ ଅନେକ ଜିନିଷ ତିଆରି କରିପାରିବେ ତ’କାହିଁକିନା ତ୍ରିରଙ୍ଗା ସାଲାଡ୍ ତିଆରି କରାଯାଉ । ଏହା ଆମ ସ୍ବାସ୍ଥ୍ୟ ପାଇଁ ଉପକାରୀ ହେବା ସହିତ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ଖୁବ୍ ସହଜ ଏବଂ ଏହା କରିବା ପାଇଁ ଖୁବ୍ କମ୍ ସମୟ ଲାଗିଥାଏ । ଏହା ପୃଷ୍ଟିକର ମଧ୍ୟ ହୋଇଥାଏ ।
ଆବଶ୍ୟକ ସାମଗ୍ରୀ :
• ଦୁଇଟି ଗାଜର
• ଗୋଟେ ମୂଳା
• ଗୋଟେ କାକୁଡି
• ୧ଛୋଟ ଚାମଚ ଜିରା ଗୁଣ୍ଡ
• ୧ଛୋଟ ଚାମଚ ଲାଲି ଲଙ୍କା ପାଉଡର
• କିଛି କଳା ଲୁଣ ଏବଂ ଅଧା ଲେମ୍ବୁ ରସ
ପ୍ରସ୍ତୁତ ପ୍ରଣାଳୀ :
• ପ୍ରଥମେ ଗାଜର ଏବଂ ମୂଳାର ଚୋପା ଛଢାଇ ତାହାକୁ ଧୋଇ ନିଅନ୍ତୁ । ଏହାପରେ ଗାଜର ଏବଂ ମୂଳାକୁ ଲମ୍ବା ଲମ୍ବା କରି ଛୋଟ ଆକାରରେ କାଟି ନିଅନ୍ତୁ ।
• ଗାଜର ମୂଳା ପରେ କାକୁଡିକୁ ଭଲଭାବେ ଧୋଇନେବା ପରେ ଗୋଲ ଗୋଳ କରି କାଟି ନିଅନ୍ତୁ ।
• ଏକ ବଡ ପ୍ଲେଟ୍ ଆଣି ସେଥିରେ ପ୍ରଥମେ ଗାଜର ତାପରେ ମୂଳା ଏବଂ ଶେଷରେ କାକୁଡିକୁ ଗୋଟେ ପରେ ଗୋଟେ ତଳକୁ ତଳ ସଜାଡି ରଖନ୍ତୁ ।
• ଏହା ଉପରେ କଳା ଲୁଣ, ଜିରା ଗୁଣ୍ଡ ଏବଂ ଲାଲ୍ ଲଙ୍କା ପାଉଡର ଛିଚଂନ୍ତୁ ।
• ଏହା ପରେ ଲେମ୍ବୁ ରସ ଚିପୁଡନ୍ତୁ ।
• ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ବତନ୍ତ୍ର ଦିବସ ପାଇଁ ତ୍ରିରଙ୍ଗା ସାଲାଡ୍ ।