ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ GDS Executive ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ଜିଡିଏସ୍‌ Executive ପଦବୀ ଖାଲିପଡିଛି । ଏଠାରେ ୩୪୪ ପଦବୀ ପାଇଁ ଭର୍ତ୍ତି ହେବ । ପ୍ରତ୍ୟେକ ରାଜ୍ୟରେ ନିର୍ଦ୍ଧାରିତ ପଦବୀରେ ଭର୍ତ୍ତି ହେବ । ଭାରତୀୟ ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ ପଦବୀରେ କାମ ହେବ । ଆବେଦନ କରିବା ପାଇଁ ଅଫିସିଆଲ ସାଇଟକୁ ଯିବାକୁ ହେବ ।

ପଦବୀ ବିବରଣୀ : ୩୪୪

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୧ ଅକ୍ଟୋବର ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଛୁକ ଥିବା ପ୍ରାର୍ଥୀ ଗ୍ରାଜୁଏସନ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଇଛୁକ ପ୍ରାର୍ଥୀଙ୍କ ବୟସ ୨୦ରୁ ୩୫ ବର୍ଷ ମଧ୍ୟରେ ହେବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ସରଳ କରାଯାଇଛି । ନିୟମ ଅନୁଯାୟୀ ପ୍ରାର୍ଥୀଙ୍କୁ ମେରିଟ ଲିଷ୍ଟ ଅନୁସାରେ ସ୍ନାତକରେ ରଖିଥିବା ମାର୍କ ଜରିଆରେ ଚୟନ ହେବ । ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀ ସର୍ଟଲିଷ୍ଟ ହେବା ପରେ ଡକ୍ୟୁମେଣ୍ଟ ଏବଂ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ମାସକୁ ୩୦ ହଜାର ଟଙ୍କା ମିଳିବ । ଏହାସହିତ ପୋଷ୍ଟ ଅଫିସ ବ୍ୟାଙ୍କରେ ମିଳୁଥିବା ଅନ୍ୟ ସହାୟତା ପ୍ରଦାନ କରାଯିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।