India Post Payments Bankରେ ନିଯୁକ୍ତି ସୁଯୋଗ, ଦରମା ମାସକୁ ୩୦ ହଜାର

ଗ୍ରାଜୁଏସନ କରିଥିଲେ ତୁରନ୍ତ India Post Payments Bankରେ କରନ୍ତୁ ଆବେଦନ । ମାସକୁ ଦରମା ୩୦ ହଜାର ଟଙ୍କା ଆବେଦନ କରିବାର ଶେଷ ତାରିଖ ୧୬ ଅଗଷ୍ଟ ରହିଛି ।

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ପକ୍ଷରୁ ଏକ ଭର୍ତ୍ତି ନୋଟିଫିକେସନ ଜାରି ହୋଇଛି । ଯାହା ଅନୁସାରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ନୋଟିଫିକେସନ ଅନୁଯାୟୀ ଅନେକ ପଦବୀରେ ଆବେଦନ କରିପାରିବେ । ଆବେଦନ କରିବାର ଅଫିସିଆଲ ସାଇଟ୍‌ ippbonline.com କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ତାରିଖ ଆରମ୍ଭ ହୋଇଯାଇଛି । ଆବେଦନ କରିବାର ଶେଷ ତାରିଖ ୧୬ ଅଗଷ୍ଟ ରହିଛି ।

ପଦବୀ ବିବରଣୀ : ୧୩୨

ଅଭିଯାନ ଜରିଆରେ ସାଧାରଣ ବର୍ଗ ପାଇଁ ୫୬, ଅନୁସୂଚିତ ଜାତି ୧୯, ଅନୁସୂଚିତ ଜନଜାତି ୦୯, ଓବିସି ୩୫, ଇକୋନମିକାଲ ୧୩ ପଦବୀ ରହିଛି ।

ଛତିଶଗଡରେ ୨୭, ଆସାମ ୨୬, ହିମାଚଳ ପ୍ରଦେଶ ୧୨, ଉତ୍ତରାଖଣ୍ଡ ୧୨, ଅରୁଣାଚଳ ପ୍ରଦେଶ ୧୦, ନାଗାଲାଣ୍ଡ ୯, ମଣିପୁର ୯, ମେଘାଳୟ ୮, ଜମ୍ମୁ କଶ୍ମୀର ୭, ମିଜୋରାମ ୬, ତ୍ରିପୁରା ୫, ଲଦାଖ ୧ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୬ ଅଗଷ୍ଟ ରହିଛି ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଅନଲାଇନ ପରୀକ୍ଷା, ଗ୍ରୁପ ଡିସକସନ, ଇଣ୍ଟରଭ୍ୟୁ ଆଧାରରେ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ୩୦ ହଜାର ଟଙ୍କା ଦରମା ମିଳିବ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୫ ବର୍ଷ ମଧ୍ୟରେ ହେବା ଉଚିତ ।

ଶିକ୍ଷାଗତ ଯୋଗ୍ୟତା : ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ ।

ଆବେଦନ ଶୁଳ୍କ : ଆବେଦନ କରିଥିବା ପ୍ରାର୍ଥୀଙ୍କୁ ୩୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପିଡବ୍ଲ୍ୟୁଡ ପ୍ରାର୍ଥୀ ୧୦୦ ଟଙ୍କା ଦେବାକୁ ହେବ ।

କେମିତି କରିବେ ଆବେଦନ :

ଭର୍ତ୍ତି ପାଇଁ ପ୍ରଥମେ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ଏହା ପରେ ଭର୍ତ୍ତି ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।
ଏହାପରେ ସମସ୍ତ ଜରୁରୀ ବିବରଣୀ ଦେବା ପରେ ୟୁଜର ଆଇଡି ଏବଂ ପାସଓ୍ଵାର୍ଡ କ୍ରିଏଟ କରନ୍ତୁ ।
ତା’ ପରେ ଫର୍ମ ଭରିବା ପରେ ସବମିଟ୍‌ କରନ୍ତୁ ।
ଏହାପରେ ଆବେଦନ ଫର୍ମ ଡାଉନଲୋଡ କରି ଭବିଷ୍ୟ ପାଇଁ ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ ;

https://ibpsonline.ibps.in/ippbemay23/