ଡାକ ବିଭାଗରେ ବମ୍ପର ଭର୍ତ୍ତି, ଦରମା ୬୩ ହଜାରରୁ ଅଧିକ
ଡାକ ବିଭାଗରେ ଅନେକ ପଦବୀ ଖାଲିପଡିଛି । ୟୁପିର ଅନେକ ଜିଲ୍ଲାରେ ଡାକଘର ଭର୍ତ୍ତି ହେଉଛି । ଇଚ୍ଛୁକ ପ୍ରାର୍ଥୀ ୟୁପି ଡାକ ବିଭାଗର ଅଫିସିଆଲ ୱେବସାଇଟ ଯାଇ indiapost.gov.in କୁ ଯାଇ ଆବେଦନ କରିପାରିବେ ।

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଡାକ ବିଭାଗରେ ଅନେକ ପଦବୀ ଖାଲିପଡିଛି । ୟୁପିର ଅନେକ ଜିଲ୍ଲାରେ ଡାକଘର ଭର୍ତ୍ତି ହେଉଛି । ଇଚ୍ଛୁକ ପ୍ରାର୍ଥୀ ୟୁପି ଡାକ ବିଭାଗର ଅଫିସିଆଲ ୱେବସାଇଟ ଯାଇ indiapost.gov.in କୁ ଯାଇ ଆବେଦନ କରିପାରିବେ ।
ଚୟନିତ ପ୍ରାର୍ଥୀଙ୍କୁ ଲକ୍ଷ୍ନୌ, କାନପୁର, ପ୍ରୟାଗରାଜ, ବାରଣାସୀ ଏବଂ ମେରଠରେ ନିଯୁକ୍ତି ମିଳିବ ।
ପଦବୀ ବିବରଣୀ : ୭୮
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୬ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ଅଫଲାଇନ ମୋଡରେ ହେବ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମାରେ ଛାଡ ମିଳିବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ୧୯,୯୦୦ ଟଙ୍କାରୁ ୬୩,୨୦୦ ଟଙ୍କା ଦରମା ମିଳିବ ।
ଇଚ୍ଛୁକ ପ୍ରାର୍ଥୀ ଆବେଦନ ପତ୍ର ଭରିବା ପରେ ୧୦୦ ଟଙ୍କା ପୋଷ୍ଟାଲ ଅର୍ଡର ଏବଂ ଅନ୍ୟ ଦସ୍ତାବିଜ ସହିତ Manager (Grade A), Mail Motor Service Kanpur, GPO Compound, Kanpur – 208001 (Uttar Pradesh ପଠାଇବାକୁ ଅନୁରୋଧ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।