ଭାରତୀୟ ଡାକରେ ଚାକିରି କରିବାର ସୁଯୋଗ, ୧୦ମ ପାସ୍ କରିଥିଲେ କରନ୍ତୁ ଆବେଦନ
୧୦ମ୍ ପାସ୍ କରିଛନ୍ତି କି ? ତେବେ ଭାରତୀୟ ଡାକରେ ଖାଲିପଡିଛି ୧୨୮୨୮ ପଦବୀ । ୧୧ ଜୁନ ପୂର୍ବରୁ କରନ୍ତୁ ଆବେଦନ । ମାସକୁ ଦରମା ୩୦ ହଜାର ଟଙ୍କା ।

୧୦ମ ପାସ୍ ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆ ପୋଷ୍ଟରେ ବମ୍ପର ଭର୍ତ୍ତି ପାଇଁ ନିଯୁକ୍ତି ହେଉଛି । ପୋଷ୍ଟ ଅଫିସରେ ଜିଡିଏସ୍, ବ୍ରାଞ୍ଚ ପୋଷ୍ଟ ମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଇତ୍ୟାଦି । ଏହି ସବୁ ପଦବୀରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ indiapostgdsonline.gov.in କୁ ଯାଇ ଅନଲାଇନ ଆବେଦନ ଫର୍ମ ଭରି ପାରିବେ ।
ଜରୁରୀ ତାରିଖ : ଖାଲିପଡିଥିବା ପଦବୀ ପାଇଁ ୨୨ ମଇରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆବେଦନ କରିବାର ଶେଷ ତାରିଖ ଜୁନ ୧୧, ୨୦୨୩ ରହିଛି । ପ୍ରାର୍ଥୀଙ୍କୁ ୧୨ରୁ ୧୪ ଜୁନ୍ ପର୍ଯ୍ୟନ୍ତ ଆପ୍ଲିକେସନ ଫର୍ମ ସଠିକ୍ କରିବା ପାଇଁ ସୁଯୋଗ ଦିଆଯିବ ।
ପଦବୀ ବିବରଣୀ : ୧୨୮୨୮
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହେବା ଜରୁରୀ । ରିଜର୍ଭ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ନିୟମ ଅନୁସାରେ ଛୁଟ ମିଳିବ ।
ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଗଣିତ ଏବଂ ଇଂଲିଶରେ ୧୦ମ୍ ପାସ୍ କରିଥିବା ଜରୁରୀ । ଏହାସହିତ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ ।
ଦରମା : ବ୍ରାଞ୍ଚ ପୋଷ୍ଟ ମାଷ୍ଟର ପଦବୀ ପାଇଁ ୧୨,୦୦୦ରୁ ୨୯,୩୮୦ ଟଙ୍କା ମାସିକ ମିଳିବ । ସେହିପରି ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ପଦବୀ ପାଇଁ ମାସିକ ୧୦ ହଜାରରୁ ୨୪,୪୭୦ ଟଙ୍କା ଦରମା ମିଳିବ ।
ଆବେଦନ କରିବାର ଉପାୟ :
ପ୍ରଥମେ ଅଫିସିଆଲ ୱେବସାଇଟ indiapostgdsonline.gov.in ଯାଆନ୍ତୁ ।
ଏଠାରେ ନୋଟିଫିକେସନ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
ଆପ୍ଲିକେସନ ଫର୍ମ ପୂରଣ କରିବା ପାଇଁ ପ୍ରଥମେ ରେଜିଷ୍ଟ୍ରେସନ ପ୍ରକ୍ରିୟା କରିବା ପରେ ଦସ୍ତାବିଜ ଅପଲୋଡ କରନ୍ତୁ ।
ଆବେଦନ ଫର୍ମ ଭେରିଫାଏ କରିବା ପରେ ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ ।
ତା’ ପରେ ଫର୍ମ ଜମା କରନ୍ତୁ ଏବଂ ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :