ଇଣ୍ଡିଆ ଟୁଡେ ମୁଡ୍ ଅଫ ନେସନ ପୋଲ୍ ସର୍ଭେ : ରାଜ୍ୟରେ ପୁଣି ନବୀନ ନମ୍ବର ୧, ଦେଶରେ ସର୍ବାଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦେଶରେ ସର୍ବାଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଲି ଇଣ୍ଡିଆ ଟୁଡେ ମୁଡ୍ ଅଫ ନେସନ ପୋଲ୍ ସର୍ଭରେ ଏହି ତଥ୍ୟ ପ୍ରକାଶ ପାଇଛି। ନବୀନ ପଟ୍ଟନାୟ ୭୮ ପ୍ରତିଶତ ସହ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି।

ଏହି ତାଲିକାରେ ୬୩ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତବିଶ୍ୱ ଶର୍ମା। ୬୧ ପ୍ରତିଶତ ସହ ତୃତୀୟ ସ୍ଥାନରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। ସେହିପରି ଦେଶରେ ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୫୩ ପ୍ରତିଶତ ଲୋକ ମତ ଦେଇଛନ୍ତି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ।

ରାହୁଲ ଗାନ୍ଧୀଙ୍କୁ ମିଳୁଛି ମାତ୍ର ୯ ପ୍ରତିଶତ। ଯଦି ବର୍ତ୍ତମାନ ଲୋକସଭା ନିର୍ବାଚନ ହୁଏ ତେବେ ଏନ୍ଡିଏ ୨୮୬ ସିଟ୍ ପାଇବ। ୟୁପିଏକୁ ମିଳିବ ୧୪୬ ଆସନ। ଅନ୍ୟାନ୍ୟ ଦଳ ପାଇବେ ୧୧୧ ଆସନ। ଏମିତି ତଥ୍ୟ ପ୍ରକାଶ କରିଛି ଏହି ସର୍ଭେ ।