ଇଣ୍ଡିଆନ ବ୍ୟାଙ୍କରେ ୧୫୦୦ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ ବ୍ୟାଙ୍କରେ ଆପରଣ୍ଟିସ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଇଣ୍ଡିଆନ ବ୍ୟାଙ୍କର ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ ସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ । ଏହି ପଦବୀ ଅଧିନରେ ୧୫୦୦ରୁ ଅଧିକ ପଦବୀ ଖାଲି ପଡିଛି । ରେଜିଷ୍ଟ୍ରେସନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି ।

ପଦବୀ ବିବରଣୀ : ୧୫୦୦

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ୩୧ ଜୁଲାଇରେ ଶେଷ ହେଉଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ କୌଣସି ବିଷୟରେ ଗ୍ରାଜୁଏସନ ଡିଗ୍ରୀ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ସଂସ୍ଥାରୁ ସମକକ୍ଷ ଯୋଗ୍ୟତା ରଖିଥିବା ଜରୁରୀ । ଗ୍ରାଜୁଏସନ ଡିଗ୍ରୀ କରିବା ସହିତ ପାଖରେ ସାର୍ଟିଫିକେଟ ଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୦ରୁ ୨୮ ବର୍ଷ ମଧ୍ୟରେ ହେବା ଜରୁରୀ । ଭାରତ ସରକାରଙ୍କ ନିୟମ ଅନୁଯାୟୀ ଅନୁସୂଚିତ ଜାତି/ଜନଜାତି/ଓବିସି/PWBD ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଅନଲାଇନ ଲିଖିତ ପରୀକ୍ଷା ଏବଂ ଆଞ୍ଚଳିକ ଭାଷାରେ ପରୀକ୍ଷା ମାଧ୍ୟମରେ ହେବ ।
ପରୀକ୍ଷା ମୁଖ୍ୟ କ୍ଷେତ୍ର ଭାଷାରେ ଆୟୋଜିତ ହେବ । ପରୀକ୍ଷା ପାଇଁ କଲ୍‌ ଲେଟର https://apprenticeshipindia.org/ କିମ୍ବା https://nsdcindia.org/apprenticeship କିମ୍ବା https://bfsissc.com ମାଧ୍ୟମରେ ଜାରି ହେବ ।

ଆବେଦନ ଶୁଳ୍କ : ଖାଲିପଡିଥିବା ପଦବୀ ପାଇଁ ସାଧାରଣ/ଓବିସି/EWS ପ୍ରାର୍ଥୀ ୫୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/ PWBD ପ୍ରାର୍ଥୀଙ୍କ ଆବେଦନ ଶୁଳ୍କରେ ଛାଡ ମିଳିବ । ଆବେଦନ ଶୁଳ୍କ/ସୂଚନା ଶୁଳ୍କ ଅନଲାଇନ ମାଧ୍ୟମରେ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।