ରେଲୱେରେ ୩୦୦୦ରୁ ଅଧିକ ପଦବୀ ଖାଲି, ୧୦ମ୍ ପାସ୍ ଯୁବପିଢି କରିପାରିବେ ଆବେଦନ
ନର୍ଦନ ରେଲୱେ ପକ୍ଷରୁ ଅପାରଣ୍ଟିସ ପଦବୀ ପାଇଁ ଭର୍ତ୍ତି କରାଯିବ । ଏଥିପାଇଁ ଭର୍ତ୍ତି ଅଭିଯାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ rrrnr.org କୁ ଯାଇ ଆବେଦନ କରିପାରିବେ ।

ନର୍ଦନ ରେଲୱେ ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି । ଏହା ଅନୁସାରେ ରେଲୱେ ବୋର୍ଡରେ ଅଧିକ ସଂଖ୍ୟାରେ ଅପାରଣ୍ଟିସ ପଦବୀ ପାଇଁ ଭର୍ତ୍ତି କରାଯିବ । ଏଥିପାଇଁ ଭର୍ତ୍ତି ଅଭିଯାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ rrrnr.org କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଷ୍ଟେପ୍ ବାଏ ଷ୍ଟେପ୍ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୩,୦୯୩
ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୦ମ, ୧୨ଶ ପାସ୍ କରିଥିବା ଜରୁରୀ । ଏହାଛଡା ଆଇଟିଆଇ ପାସ୍ କରିବା ସହିତ ସାର୍ଟିଫିକେଟ ରଖିଥିବା ଜରୁରୀ ।
ବୟସ ସୀମା : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୧୫ ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।
ଆବେଦନ ଶୁଳ୍କ : ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି । ଅନୁସୂଚିତ ଜାତି/ଜନଜାତି/PWD ଏବଂ ମହିଳା ପ୍ରାର୍ଥୀ ବିନା ଶୁଳ୍କରେ ଆବେଦନ କରିପାରିବେ ।
ଚୟନ ପ୍ରକ୍ରିୟା : ଏହି ପଦବୀରେ ଆବେଦନ ମେରିଟ ଆଧାରରେ ହେବ । ଅଧିକ ଜାଣିବା ପାଇଁ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।
କେମିତି କରିବେ ଆବେଦନ :
ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ rrcnr.org କୁ ଯାଇ ଆବେଦନ କରନ୍ତୁ ।
ଏହାପରେ ହୋମପେଜରେ ଅନଲାଇନ ଆପ୍ଲିକେସନ ଲିଙ୍କରେ କ୍ଲିକ୍ କରନ୍ତୁ ।
ଏକ ଲିଙ୍କ ଖୋଲିବ, ଯେଉଁଥିରେ ପ୍ରାର୍ଥୀଙ୍କୁ ରେଜିଷ୍ଟ୍ରେସନ କରିବାକୁ ହେବ ।
ରେଜିଷ୍ଟ୍ରେସନ କରିବା ପାଇଁ ଲଗଇନ୍ କରି ଆପ୍ଲିକେସନ ଫର୍ମ ପୂରଣ କରନ୍ତୁ ।
ଏହାପରେ ପ୍ରାର୍ଥୀ ଆବେଦନ ଶୁଳ୍କ ଭରନ୍ତୁ ଏବଂ ଫର୍ମ ସବମିଟ୍ କରନ୍ତୁ ।
ଆବେଦନ ଫର୍ମ ଡାଉନଲୋଡ କରି ଏକ ପ୍ରିଣ୍ଟ ଆଉଟ୍ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।