ନିଜଠାରୁ ବୟସରେ ବଡ଼ ଝିଅଙ୍କୁ ବିବାହ କରିଛନ୍ତି ଏହି ୫ ଜଣ ଟିଭି କଳାକାର, ଏବେ ଏମିତି କଟୁଛି ଜୀବନ

ଏକ ଭଲ ସମ୍ପର୍କର ମୂଳ ଆଧାର ହେଉଛି ପ୍ରେମ। ସ୍ୱାମୀ-ସ୍ତ୍ରୀଙ୍କ ବୟସ ରିଲେସନ୍ସିପ୍ ଉପରେ କୌଣସି ପ୍ରଭାବ ପକାଇନଥାଏ। ଯେକୌଣସି ସମ୍ପର୍କରେ ଯଦି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଥିବ ତେବେ ଆଉ କୌଣସି ଜିନିଷର ଆବଶ୍ୟକତା ନଥାଏ। ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ହିଁ ସମ୍ପର୍କକୁ ମଜଭୁତ କରିଥାଏ।
ଆମ ସମାଜର ଏକ ନିୟମ ରହିଛି ଯେ ସ୍ୱାମୀଙ୍କ ବୟସ ସ୍ତ୍ରୀଙ୍କ ଠାରୁ ବଡ଼ ହେବା ଦରକାର। କିନ୍ତୁ ଏବେ ଲୋକମାନେ ପ୍ରେମରେ ପଡ଼ିବା ପରେ ବୟସକୁ ଏତେଟା ଗୁରୁତ୍ୱ ଦିଅନ୍ତି ନାହିଁ। ଫଳରେ ବହୁତ ଲୋକ ନିଜଠାରୁ ବଡ଼ ଝିଅଙ୍କୁ ବିବାହ କରୁଛନ୍ତି। କେବଳ ସାଧାରଣ ଜୀବନରେ ନୁହେଁ, ସିନେଜଗତରେ ମଧ୍ୟ ଦେଖିବାକୁ ମିଳୁଛି। ଆସନ୍ତୁ ଜାଣିବା ଟେଲି ଜଗତର ସେଭଳି କିଛି ଯୋଡ଼ିଙ୍କ ସମ୍ପର୍କରେ ଯେଉଁମାନଙ୍କ ବୟସ ପତ୍ନୀଙ୍କ ଠାରୁ ସାନ…
ହର୍ଷ ଲିମ୍ବାଚିୟା ଓ ଭାରତୀ ସିଂହ:
ହର୍ଷ ନିଜଠାରୁ ୮ ବର୍ଷ ବଡ଼ ଭାରତୀ ସିଂହଙ୍କୁ ବିବାହ କରିଛନ୍ତି। ଭାରତୀ ସିଂହ ଟିଭିର ଲାଫ୍ଟର କ୍ୱିନ୍ ଭାବେ ଜଣାଶୁଣା। ୨୦୧୭ରେ ଉଭୟେ ବିବାହ କରିଥିଲେ।
ପରମିତ ସେଠୀ ଓ ଅର୍ଚ୍ଚନା ପୁରନ ସିଂହ:
ନିଜ ପ୍ରେମ ପାଇଁ ପରମିତ ଓ ଅର୍ଚ୍ଚନାଙ୍କୁ ବହୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ଏହା ପରେ ବି ସେମାନେ ପରସ୍ପରର ହାତ ଛାଡ଼ିନଥିଲେ। ପରମିତ ନିଜଠାରୁ ୭ ବର୍ଷ ବଡ଼ ଅର୍ଚ୍ଚନାଙ୍କୁ ୧୯୯୨ରେ ବିବାହ କରିଥିଲେ। ବିବାହ ପୂର୍ବରୁ ଉଭୟେ ୪ ବର୍ଷ ଲିଭ ଇନ୍ ରିଲେସନ୍ସିପ୍ରେ ରହିଥିଲେ। ସେତେବେଳେ ସେମାନଙ୍କୁ ବିଭିନ୍ନ ଆଡ଼ୁ ବିଭିନ୍ନ କଥା ଶୁଣିବାକୁ ପଡ଼ିଥିଲା।
ଜୟ ଭାନୁଶାଲୀ ଓ ମାହି ବିଜ୍:
ଜୟ ଭାନୁଶାଲୀ ନିଜ ଠାରୁ ୨ ବର୍ଷ ବଡ଼ ମାହି ବିଜ୍ଙ୍କୁ ୨୦୧୧ରେ ବିବାହ କରିଥିଲେ। ବିବାହ ପୂର୍ବରୁ ସେମାନେ ରିଲେସନ୍ସିପ୍ରେ ରହିଥିଲେ।
ସୁୟଶ ରାୟ ଓ କିଶ୍ୱର ମଞ୍ଚେଟ୍:
ନିଜଠାରୁ ବଡ଼ ବୟସର ଝିଅକୁ ବିବାହ କରିଥିବା କଳାକାରଙ୍କ ମଧ୍ୟରେ ସୁୟଶ ରାୟ ମଧ୍ୟ ସାମିଲ ଅଛନ୍ତି। ୨୦୧୬ରେ ସୁୟଶ ରାୟ ଓ କିଶ୍ୱର ମଞ୍ଚେଟ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିଶ୍ୱର ସୁୟଶଙ୍କ ଠାରୁ ୮ ବର୍ଷ ବଡ଼।
ମୋହିତ ସେହଗିଲ ଓ ସନାୟା ଇରାନୀ:
ମୋହିତ ସେହଗିଲ ନିଜଠାରୁ ୨ ବର୍ଷ ବଡ଼ ସନାୟା ଇରାନୀଙ୍କୁ ୨୦୧୬ରେ ବିବାହ କରିଥିଲେ। ସନାୟାଙ୍କୁ ଲୋକମାନେ କ୍ୟୁଟ୍ ସ୍ମାଇଲ ଓ ଦମ୍ଦାର ଆକ୍ଟିଂ ପାଇଁ ପସନ୍ଦ କରିଥାନ୍ତି।