ବାତ୍ୟା ‘ତିତଲି’ ପାଇଁ ବିମାନସେବା ପ୍ରଭାବିତ

ଭୁବନେଶ୍ବର(କେନ୍ଯୁଜ୍) : ବାତ୍ଯା ”ତିତଲି” ପାଇଁ ପ୍ରଭାବିତ ହୋଇଛି ବିମାନ ସେବା । ଆଜି ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଓ ଭୁବନେଶ୍ୱରରେ ପହଞ୍ଚିବାକୁ ଥିବା ଇଣ୍ଡିଗୋ ପକ୍ଷରୁ ୫ଟି ବିମାନକୁ ବାତିଲ୍ କରି ଦିଆଯାଇଛି। ଭୁବନେଶ୍ୱରରୁ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ ଏବଂ ମୁମ୍ବାଇ ଉଡ଼ାଣକୁ ବାତିଲ୍ କରାଯାଇଛି। ତେବେ ସୂଚନା ଅନୁଯାୟୀ ଗତକାଲି ରାତିରେ ଇଣ୍ଡିଗୋର କୌଣସି ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ପାର୍କିଂ କରି ନଥିଲା।