ପିପିଇ କିଟ୍ ଖୋଲି କରୋନା ରୋଗୀଙ୍କ ସହ ବାଥ୍ରୁମ୍ରେ ଶାରୀରିକ ସମ୍ପର୍କ ରଖିଲେ ନର୍ସ, ଏମିତି ହେଲା ଖୁଲାସା

କରୋନା ଭାଇରସ୍ ମହାମାରୀ ବେଳେ ଲୋକଙ୍କୁ ବାରମ୍ବାର ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଉଛି। ଲୋକମାନେ ମଧ୍ୟ ଏହି ନିୟମକୁ ପାଳନ କରୁଛନ୍ତି। କିନ୍ତୁ ଇଣ୍ଡୋନେସିଆରେ ଏକ ଏଭଳି ମାମଲା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି। ଇଣ୍ଡୋନେସିଆରେ ଜଣେ ନର୍ସ ଏକ କରୋନା ରୋଗୀ ସହ ଶାରୀରିକ ସମ୍ପର୍କ ରଖିବା ଭଳି ମାମଲା ସାମ୍ନାକୁ ଆସିଛି।
ରିପୋର୍ଟ ମୁତାବକ, ନର୍ସ ଜଣକ ବାଥ୍ରୁମ୍ରେ କରୋନା ରୋଗୀଙ୍କ ସହ ସମ୍ପର୍କ ରଖିଥିଲେ। ଏହି ସମୟରେ ସେ ନିଜ ସୁରକ୍ଷା ପାଇଁ ପିନ୍ଧିଥିବା ପିପିଇ କିଟ୍ ମଧ୍ୟ ଖୋଲିଦେଇଥିଲେ। ନର୍ସଙ୍କ ମାମଲା ସାମ୍ନାକୁ ଆସିବା ପରେ ତାଙ୍କୁ ସସ୍ପେଣ୍ଡ କରିଦିଆଯାଇଛି।
ଏମିତି ହେଲା ଖୁଲାସା:
କରୋନା ରୋଗୀ ଜଣକ ହ୍ଵାଟ୍ସଆପ୍ରେ ଏକ ସ୍କ୍ରିନ୍ସର୍ଟ ସେୟାର କରିବା ପରେ ମାମଲା ସାମ୍ନାକୁ ଆସିଥିଲା। ଫଟୋରେ ନର୍ସଙ୍କ ପିପିଇ କିଟ୍ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ଫଟୋ ଭାଇରାଲ ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ଓ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ପଚରାଉଚରା ବେଳେ ଉଭୟେ ବାଥ୍ରୁମ୍ରେ ଶାରୀରିକ ସମ୍ପର୍କ ରଖିଥିବା ସ୍ୱୀକାର କରିଛନ୍ତି।
ମାମଲା ସାମ୍ନାକୁ ଆସିବା ପରେ ରୋଗୀ ଓ ନର୍ସ ଉଭୟଙ୍କୁ ଆସୋଲେସନ୍ରେ ରଖାଯାଇଛି। ଜାକର୍ତ୍ତା ପୋଲିସ ମୁତାବକ, ନର୍ସଙ୍କ କୋଭିଡ୍-୧୯ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି। ମାତ୍ର ଏବେ ବି କରୋନା ରୋଗୀଙ୍କ ରିପୋର୍ଟ ପଜିଟିଭ୍ ରହିଛି। ତେଣୁ ତାଙ୍କୁ ଆଇସୋଲେସନ୍ ବୋର୍ଡରେ ରଖାଯାଇଛି। ପୋଲିସ ମୁତାବକ ଯଦି ଉଭୟ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ।