ସରକାରୀ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ, ଇଣ୍ଟେଲିଜେନ୍ସୀ ବ୍ୟୁରୋରେ ଭର୍ତ୍ତି ସୁଯୋଗ
ଗୃହ ମନ୍ତ୍ରଣାଳୟ ଅନ୍ତର୍ଗତ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ରେ ସିକ୍ୟୁରିଟି ଆସିଷ୍ଟାଣ୍ଟ/ମୋଟର ଟ୍ରାନ୍ସପୋର୍ଟ ଏବଂ ମଲ୍ଟି ଟାକ୍ସିଂ ଷ୍ଟାଫର ୬୭୭ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବାର ଶେଷ ତାରିଖ ୧୩ ନଭେମ୍ବର ୨୦୨୩ ରହିଛି ।

ସରକାରୀ ଚାକିରି ଖୋଜୁଥିଲେ ସୁବର୍ଣ୍ଣ ସୁଯୋଗ । ଗୃହ ମନ୍ତ୍ରଣାଳୟ ଅନ୍ତର୍ଗତ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ରେ ସିକ୍ୟୁରିଟି ଆସିଷ୍ଟାଣ୍ଟ/ମୋଟର ଟ୍ରାନ୍ସପୋର୍ଟ ଏବଂ ମଲ୍ଟି ଟାକ୍ସିଂ ଷ୍ଟାଫର ୬୭୭ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବାର ଶେଷ ତାରିଖ ୧୩ ନଭେମ୍ବର ୨୦୨୩ ରହିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ mha.gov.in କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୬୭୭
ସିକ୍ୟୁରିଟି ଆସିଷ୍ଟାଣ୍ଟ : ୩୬୨
ମୋଟର ଟ୍ରାନ୍ସପୋର୍ଟ : ୩୧୫
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୪ ଅକ୍ଟୋବରରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୧୩ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ରହିଛି ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ପର୍ଯ୍ୟନ୍ତ ରହିଛି । ଅନୁସୂଚିତ ଜାତି/ଜନଜାତିଙ୍କୁ ବୟସ ସୀମାରେ ଛାଡ୍ ମିଳିବ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ ପାସ୍ ସହିତ ସ୍ଥାନୀୟ ଭାଷା ଜାଣିଥିବା ଜରୁରୀ । ଆଉ ମୋଟର ଟ୍ରାନ୍ସପୋର୍ଟ ପଦବୀରେ ଆବେଦନ କରିବା ପାଇଁ ଏଲଏମଭି ଭେଇକିଲର ଡ୍ରାଇଭିଂ ଲାଇସେନ୍ସ ରହିଥିବା ଜରୁରୀ । ଏହାସହିତ କାର ଡ୍ରାଇଭିଂ ଜାଣିବା ଜରୁରୀ ।
ଆବେଦନ ଶୁଳ୍କ : ସାଧାରଣ ବର୍ଗ, ଓବିସି, EWS ପ୍ରାର୍ଥୀ ୫୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/ମହିଳା ଏବଂ ଦିବ୍ୟାଙ୍ଗ ୫୦ ଟଙ୍କା ଦେବାକୁ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଯାଇ ଚେକ୍ କରିପାରିବେ ।