IOCL ରେ ବମ୍ପର ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL)ରେ ଅନେକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ ଫର୍ମ ପୂରଣ କରିପାରିବେ । ଏହି ଭର୍ତ୍ତି ଅଧିନରେ ଜୁନିଅର ଅପରେଟର, ଜୁନିଅର ଆଟେଣ୍ଡାଣ୍ଟ, ଜୁନିଅର ବିଜନେସ ଆସିଷ୍ଟାଣ୍ଟ ଭଳି ପଦବୀ ରହିଛି ।

ପଦବୀ ବିବରଣୀ : ୨୪୬

ଜୁନିଅର ଅପରେଟର : ୨୧୫
ଜୁନିଅର ଆଟେଣ୍ଡାଣ୍ଟ : ୨୩
ଜୁନିଅର ବିଜନେସ ଆସିଷ୍ଟାଣ୍ଟ : ୮

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୩ ଫେବୃଆରୀ ଯାଏଁ ଆବେଦନ କରିପାରିବେ । ଏଥିପାଇଁ ପରୀକ୍ଷା ଏପ୍ରିଲ ମାସରେ ଆୟୋଜିତ ହେବ ।

ଶିକ୍ଷାଗତ ଯୋଗ୍ୟତା : ଖାଲି ପଡିଥିବା ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ରହିଛି । ୧୦ମ ପାସ୍ କରି ଆଇଟିଆଇ କରିଥିବା ପ୍ରାର୍ଥୀ, +୨ ପାସ୍ କରିଥିବା ପ୍ରାର୍ଥୀ ଏବଂ ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୬ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ଏଥିପାଇଁ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ ହେବ । ପରୀକ୍ଷା କମ୍ପ୍ୟୁଟର ଆଧାରିତ (ସିବିଟି) ମୋଡରେ ହେବ । ପରୀକ୍ଷା ଘୋଷଣା ଏପ୍ରିଲ/ମଇରେ ହେବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ୩୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି/ PWD/ପୂର୍ବତନ ସୈନିକ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କରେ ଛାଡ ମିଳିବ । ଇଚ୍ଛୁକ ପ୍ରାର୍ଥୀ ଡେବିଡ କାର୍ଡ, କ୍ରେଡିଟ କାର୍ଡ, ଇଣ୍ଟରନେଟ ବ୍ୟାଙ୍କିଂ, ଆଇଏମପିଜି, କ୍ୟାସ, କାର୍ଡ/ମୋବାଇଲ ଜରିଆରେ ଶୁଳ୍କ ଦେଇପାରିବେ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ଆଇଓସିଏଲର ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ ହୋମପେଜରେ ଭର୍ତ୍ତି ଲିଙ୍କ ପାଇଁ କ୍ଲିକ୍ କରିବାକୁ ହେବ ।
ଏବେ ନୂଆ ପେଜ ଖୋଲିବ, ସେଥିରେ ଜୁନିଅର ଅପରେଟର ଭର୍ତ୍ତି ପାଇଁ ଅନଲାଇନ ଆବେଦନ ଲିଙ୍କରେ କ୍ଲିକ୍ କରନ୍ତୁ ।
ଏହାପରେ ପେଜ ଖୋଲିବ, ଏଥିରେ ରେଜିଷ୍ଟ୍ରେସନ କରନ୍ତୁ ।
ରେଜିଷ୍ଟ୍ରେସନ ପରେ ନିଜର ସମସ୍ତ ବିବରଣୀ ଭରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ଆବେଦନ ଫର୍ମ ପୂରଣ କରିବା ପରେ ସବମିଟ୍ କରନ୍ତୁ । ଏହାପରେ ଦରକାର ପାଇଁ ଶେଷରେ ଏକ ପେଜ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ । 

Also Read : ESIC ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଖାଲିପଡିଛି ୨୦୦ ପଦବୀ