ଇଣ୍ଡିଆନ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କରେ SO ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ(IPPB) ରେ ସ୍ପେଶାଲିଷ୍ଟ ଅଫିସର ପଦବୀ ଖାଲି ପଡିଛି । ଇଚ୍ଛୁକ ଏବଂ ଯୋଗ୍ୟ ୧୦ ଜାନୁଆରୀ ସୁଦ୍ଧା ଅଫିସିଆଲ ସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ । ନୋଟିଫିକେସନ ମୁତାବକ, ଏଠାରେ ୬୮ ପଦବୀ ଖାଲିପଡିଛି । ଏଠାରେ ବିଭିନ୍ନ ପଦବୀ ଖାଲି ପଡିଛି ।
ପଦବୀ ବିବରଣୀ : ୬୮
ଆସିଷ୍ଟାଣ୍ଟ ମ୍ୟାନେଜର : ୫୪
ମ୍ୟାନେଜର : ୨
ଅନ୍ୟାନ୍ୟ : ୧୨
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୦ ଜାନୁଆରୀରୁ ଆରମ୍ଭ ହେଉଛି ।
ଶିକ୍ଷାଗତ ଯୋଗ୍ୟତା : ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ କମ୍ପ୍ୟୁଟର ସାଇନ୍ସ, ଆଇଟି, କମ୍ପ୍ୟୁଟର ଆପ୍ଲିକେସନ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ, ଇଲେଟ୍ରୋନିକ୍ସ ଆଣ୍ଡ ଟେଲି କମ୍ୟୁନିକେସନ କିମ୍ବା ଇଲେକ୍ଟ୍ରୋନିକ୍ସ ଇଷ୍ଟ୍ରୁମେଣ୍ଟେସନରେ ବିଇ/ବିଟେକ ଡିଗ୍ରୀ କରିଥିବା ଜରୁରୀ ।
ମ୍ୟାନେଜର ଏବଂ ସିନିଅର ମ୍ୟାନେଜର ପଦବୀ ପାଇଁ ପ୍ରାର୍ଥୀଙ୍କ ପାଖରେ କୌଣସି ବିଷୟରେ ବିଇ/ବିଟେକ ଡିଗ୍ରୀ ସହିତ ଅନୁଭବ ହେବା ଜରୁରୀ ।
ଆବେଦନ ଶୁଳ୍କ : ଆବେଦନ କରିଥିବା ପ୍ରାର୍ଥୀ ୭୫୦ ଟଙ୍କା ଶୁଳ୍କ ଦେବାକୁ ହେବ । ସେହିପରି ସଂରକ୍ଷିତ ପ୍ରାର୍ଥୀ ୧୫୦ ଟଙ୍କା ଶୁଳ୍କ ଦେବାକୁ ହେବ ।
କେମିତି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ତା’ ପରେ ହୋମପେଜରେ କ୍ୟାରିଅର ଟାବ୍ ଉପରେ କ୍ଲିକ୍ କରିବାକୁ ହେବ ।
ଏହାପରେ ରେଜିଷ୍ଟ୍ରେସନ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ଶୁଳ୍କ ଭରିବା ପରେ ଫର୍ମକୁ ସବିମଟ୍ କରନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।