ରେଳ ମନ୍ତ୍ରଣାଳୟର ନବରତ୍ନ କମ୍ପାନୀ IRCON ରେ ଭର୍ତ୍ତି, ଦରମା ମାସକୁ ୬୦ ହଜାର
ଇରକନ ଇଣ୍ଟରନ୍ୟାସନାଲ ଲିମିଟେଡରେ ଭର୍ତ୍ତି ପାଇଁ ସୁଯୋଗ । ବିଭିନ୍ନ ପ୍ରୋଜେକ୍ଟରେ ଇରକନ ଇଲେକ୍ଟ୍ରିକାଲ ପଦବୀରେ ଭର୍ତ୍ତି ହେବ । ଇଂଜିନିୟର, ମ୍ୟାନେଜର ଏବଂ ସାଇଟ ସୁପରଭାଇଜର ପଦବୀ ସାମିଲ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ କେବଳ ଅଫଲାଇନ ମୋଡରେ ଆବେଦନ କରିପାରିବେ । ଏ ୪ ଆକାର କାଗଜରେ ପରିସ୍କାର ଭାବେ ଟାଇପ୍ କରାଯାଇଥିବା ଆପ୍ଲିକେସନ ଜେନେରାଲ ମ୍ୟାନେଜର, ଇନକନ ଇଣ୍ଟରନ୍ୟାସନାଲ ଲିମିଟେଡ, ସି-୪, ଜିଲ୍ଲା-ସାକେତ, ନୂଆଦିଲ୍ଲୀ-୧୧୦୦୧୭କୁ ପଠାଇବାକୁ ହେବ ।

ରେଳ ମନ୍ତ୍ରଣାଳୟ ଅଧିନରେ ଥିବା କମ୍ପାନୀ ଇରକନ ଇଣ୍ଟରନ୍ୟାସନାଲ ଲିମିଟେଡରେ ଭର୍ତ୍ତି ପାଇଁ ସୁଯୋଗ । ଏହି ଭର୍ତ୍ତି ଚୁକ୍ତି ଭିତ୍ତିକ ବିଭିନ୍ନ ପ୍ରୋଜେକ୍ଟରେ ଇରକନ ଇଲେକ୍ଟ୍ରିକାଲ ପଦବୀରେ ଭର୍ତ୍ତି ହେବ । ଇଂଜିନିୟର, ମ୍ୟାନେଜର ଏବଂ ସାଇଟ ସୁପରଭାଇଜର ପଦବୀ ସାମିଲ ।
ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ କେବଳ ଅଫଲାଇନ ମୋଡରେ ଆବେଦନ କରିପାରିବେ । ଏ ୪ ଆକାର କାଗଜରେ ପରିସ୍କାର ଭାବେ ଟାଇପ୍ କରାଯାଇଥିବା ଆପ୍ଲିକେସନ ଜେନେରାଲ ମ୍ୟାନେଜର, ଇନକନ ଇଣ୍ଟରନ୍ୟାସନାଲ ଲିମିଟେଡ, ସି-୪, ଜିଲ୍ଲା-ସାକେତ, ନୂଆଦିଲ୍ଲୀ-୧୧୦୦୧୭କୁ ପଠାଇବାକୁ ହେବ । ଏହାସହିତ ସମସ୍ତ ଦସ୍ତାବିଜ କପି ପଠାଇବାକୁ ହେବ ।
ପଦବୀ ବିବରଣୀ : ୩
ମ୍ୟାନେଜର/ଇଲେକ୍ଟ୍ରିକାଲ : ୧
ଇଂଜିନିୟର/ଇଲେକ୍ଟ୍ରିକାଲ: ୧
ସାଇଟ ସୁପରଭାଇଜର/ଇଲେକ୍ଟ୍ରିକାଲ: ୧
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଜୁନ୍ ୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଅଲଗା ଅଲଗା ପଦବୀରେ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି । ମ୍ୟାନେଜର/ଇଲେକ୍ଟ୍ରିକାଲ ପଦବୀ ପାଇଁ ଫୁଲ ଟାଇମ ବ୍ୟାଚଲର ଡିଗ୍ରୀ/ଇଲ୍ଟ୍ଯେିକାଲ ଇଂଜିନିୟରିଂ କରିଥିବା ଜରୁରୀ । ଏହାସହିତ ୬୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଜରୁରୀ ।
ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା/ଇଣ୍ଟରଭ୍ୟୁ ଆଧାରରେ ହେବ ।
ଦରମା: ଚୟନିତ ମ୍ୟାନେଜର/ଇଲେକ୍ଟ୍ରିକାଲ ପ୍ରାର୍ଥୀଙ୍କୁ ମାସକୁ ୬୦ ହଜାର ଦରମା ମିଳିବ । ସେହିପରି ଇଂଜିନିୟର/ଇଲେକ୍ଟ୍ରିକାଲ ପ୍ରାର୍ଥୀଙ୍କୁ ୩୬ ହଜାର ମାସିକ ଦରମା ମିଳିବ । ସାଇଟ ସୁପରଭାଇଜର/ଇଲେକ୍ଟ୍ରିକାଲ ପ୍ରାର୍ଥୀଙ୍କୁ ମାସକୁ ୨୫ ହଜାର ଦରମା ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।