ରାସ୍ତାରେ ହୋଇଥିବା ଗାତରେ ପଡିବା ପରେ ବେକରେ ଗଳିଗଲା ରଡ୍, ଏସସିବିରେ ସଫଳ ଅସ୍ତ୍ରୋପଚାର କରି କଢାଗଲା
ମଙ୍ଗଳବାର ଦିନ ଇଏନ୍ଟି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁବ୍ରତ ବେହେରାଙ୍କ ତତ୍ତ୍ଵାବଧାନରେ ଅସ୍ତ୍ରୋପଚାର କରାଯାଇ ଲୁହା ରଡ୍କୁ ମୁହଁରୁ କଢ଼ାଯାଇଛି । ରୋଗୀ ଜଣକ ଏବେ ସୁସ୍ଥ ଥିବା ଜଣାପଡ଼ିଛି।

କଟକ(କେନ୍ୟୁଜ୍): ନୂଆ ଜୀବନ ପାଇଲେ ବେକରେ ରଡ ଗଳିଥିବା ବ୍ୟକ୍ତି। କଟକ ଏସ୍ସିବି ମେଡିକାଲରେ ସଫଳ ଚିକିତ୍ସା କରି ଜଣେ ବ୍ୟକ୍ତି ନୂତନ ଜୀବନ ଦେଇଛନ୍ତି ଡାକ୍ତର। ଅକସ୍ମାତ ଦୁର୍ଘଟଣାର ଶିକାର ହୋଇଥିବା ଏହି ବ୍ୟକ୍ତିଙ୍କ ମୁହଁରେ ଏକ ଲୁହା ରଡ୍ ପଶି ଯାଇଥିଲା। ରଡଟି ଗଳା ପାର୍ଶ୍ବରେ ପ୍ରବେଶ କରି ପାଟି ଦେଇ ବାହାରି ଯାଇଥିଲା। ମଙ୍ଗଳବାର ଦିନ ଇଏନ୍ଟି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁବ୍ରତ ବେହେରାଙ୍କ ତତ୍ତ୍ଵାବଧାନରେ ଅସ୍ତ୍ରୋପଚାର କରାଯାଇ ଲୁହା ରଡ୍କୁ ମୁହଁରୁ କଢ଼ାଯାଇଛି । ରୋଗୀ ଜଣକ ଏବେ ସୁସ୍ଥ ଥିବା ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ଯେ, ଜଗତସିଂହପୁର ଜୟଶୈଳ ଅଞ୍ଚଳର ସଞ୍ଜୀବ ସାମନ୍ତରାୟ(୫୦) ସୋମବାର ରାତିରେ ଦୁର୍ଘଟଣାର ଶିକାର ହୋଇଥିଲେ। ବ୍ୟକ୍ତିଗତ କାର୍ଯ୍ୟରେ ଯାଉଥିବା ବେଳେ ରାସ୍ତାରେ ହୋଇଥିବା ଗର୍ତ୍ତରେ ପଡ଼ି ଯାଇଥିଲେ। ଏହି ସମୟରେ ଭର୍ତ୍ତ ଭିତରେ ଥିବା ଏକ ଲୁହା ରଡ୍ ତାଙ୍କ ତଣ୍ଟିରେ ପଶି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍ସିବି ଟ୍ରମା କାଜୁଆଲିଟିକୁ ଅଣାଯାଇଥିଲା।
ମଙ୍ଗଳବାର ଦିନ ସମୟରେ ସଞ୍ଜୀବଙ୍କର ଇଏନ୍ଟି ବିଭାଗରେ ଅସ୍ତ୍ରୋପଚାର ହୋଇଛି।