ISRO ରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ୨୦୦ରୁ ଅଧିକ ପଦବୀ ଖାଲି

ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ(ISRO) ର ହ୍ୟୁମାନ ସ୍ପେସ ଫ୍ଲାଇଟ ସେଣ୍ଟରରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ । ଏଠାରେ ୨୨୪ ପଦବୀ ଖାଲିପଡିଛି । ଯେଉଁମାନେ ଆବେଦନ କରିବାକୁ ଇଚ୍ଛା ରଖିଛନ୍ତି, ସେମାନେ ତୁରନ୍ତ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୨୨୪
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୩ ଅକ୍ଟୋବର ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀ ୧୦ମ ପାସ୍ ସହିତ ଆଇଟିଆଇ, ଇଂଜିନିୟରିଂରେ ଡିପ୍ଲୋମା, ୬୦ ପ୍ରତିଶତ ମାର୍କ ସହିତ ବ୍ୟାଚଲର, ବିଏସସି, ଏମଇ, ଏମଟେକ ଏବଂ ଏମବିବିଏସ ପାସ୍ କରିଥିବା ଜରୁରୀ ।
ବୟସ ସୀମା : ଇଛୁକ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ହେବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।
ଆବେଦନ ଶୁଳ୍କ :ଭର୍ତ୍ତି ପାଇଁ ଆବେଦନ କରିବା ପାଇଁ ପୋଷ୍ଟ କାର୍ଡ ୧ରୁ ୧୪ ପାଇଁ ୭୫୦ ଟଙ୍କା ଏବଂ ପୋଷ୍ଟ କାର୍ଡ ୧୫ରୁ ୨୬ ପାଇଁ ୫୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ପରୀକ୍ଷା ପରେ ଅନୁସୂଚିତ ଜାତି/ଜନଜାତି, ଦିବ୍ୟାଙ୍ଗ ଏବଂ ମହିଳାଙ୍କୁ ଆବେଦନ ଶୁଳ୍କ ରିଫଣ୍ଡ କରାଯିବ ।
ଆବେଦନ ପ୍ରକ୍ରିୟା : ଆବେଦନ କରିବା ପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । ହୋମ ପେଜରେ ସମ୍ବନ୍ଧୀୟ ଲିଙ୍କରେ କ୍ଲିକ୍ କରି ରେଜିଷ୍ଟ୍ରର କରନ୍ତୁ ।
ଏହାପରେ Already Registered? To Login ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆବେଦନ ଶୁଳ୍କ ଜମା କରନ୍ତୁ । ଏହାପରେ ଆବେଦନ ଫର୍ମ ସବମିଟ୍ କରନ୍ତୁ । ଏହାପରେ ଫର୍ମ ଡାଉନଲୋଡ କରନ୍ତୁ ପ୍ରିଣ୍ଟ ଆଉଟ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।