ISROରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ISRO) ସତୀଶ ଓାୱନ ମହାକାଶ କେନ୍ଦ୍ରରେ ବୈଜ୍ଞାନିକ, ବୈଷୟିକ ଏବଂ ସହାୟକ ପଦବୀ ପାଇଁ ଆବେଦନ ଆମନ୍ତ୍ରଣ କରିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ଏହି ନିଯୁକ୍ତି ପାଇଁ ୧୪୧ ପଦବୀ ଖାଲି ରହିଛି । ଟେକ୍ନିସିଆନ୍, ବୈଜ୍ଞାନିକ, ଡ୍ରାଫ୍ଟସମ୍ୟାନ୍, ନର୍ସ ଏବଂ ଡ୍ରାଇଭର ସମେତ ଅନେକ ପଦବୀ ଖାଲି ପଡିଛି ।
ସାଇଣ୍ଟିସ୍/ଇଞ୍ଜିନିୟର(SC)-୨୩
ଟେକ୍ନିକାଲ ଆସିଷ୍ଟାଣ୍ଟ- ୨୮
ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ-୩
ଲାଇବ୍ରେରୀ ଆସିଷ୍ଟାଣ୍ଟ-୧
ରେଡିଓଗ୍ରାଫର‘A’-୧
ଟେକ୍ନିସିଆନ୍’B’-୭୦
ଡ୍ରାଫଟ୍ସମ୍ୟାନ୍‘B’-୨
କୁକ୍-୩
ଫାୟାରମ୍ୟାନ୍‘A’-୬
ଲାଇଟ୍ ଭେକିଲ୍ ଡ୍ରାଇଭର‘A’-୩
ନର୍ସ‘B’-୧
ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୪ ନଭେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ବୟସ ସୀମା :
ସାଇଣ୍ଟିସ୍/ଇଞ୍ଜିନିୟର(SC)ପ୍ରାର୍ଥୀଙ୍କ ପାଇଁ ୧୮ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଟେକ୍ନିକାଲ୍ ଆସିଷ୍ଟାଣ୍ଟ, ଲାଇବ୍ରେରୀ ଆସିଷ୍ଟାଣ୍ଟ, ରେଡିଓଗ୍ରାଫର, ଟେକ୍ନିସିଆନ୍, ଡ୍ରାଫ୍ଟସମ୍ୟାନ୍, କୁକ୍, ଡ୍ରାଇଭର ଏବଂ ନର୍ସ ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଫାୟାରମ୍ୟାନ୍ ‘A’ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ। SC/ST ପ୍ରାର୍ଥୀଙ୍କୁ ୫ ବର୍ଷ ବୟସ ଛାଡ଼, OBC ପ୍ରାର୍ଥୀଙ୍କୁ ତିନି ବର୍ଷ ଏବଂ PWD ପ୍ରାର୍ଥୀଙ୍କୁ ୧୦ ବର୍ଷ। ମହିଳା ଏବଂ ପୂର୍ବତନ ସୈନିକମାନେ ମଧ୍ୟ ଅତିରିକ୍ତ ଛାଡ଼ ପାଇବେ।
ଆବେଦନ ଶୁଳ୍କ : ପୋଷ୍ଟକୋଡ୍ ୦୧-୨୦ ଏବଂ ୪୦ ପାଇଁ ଆବେଦନ ଶୁଳ୍କ ୭୫୦ ରହିଛି କିନ୍ତୁ ମହିଳା, SC/ST, PWD ଏବଂ ପୂର୍ବତନ ସୈନିକଙ୍କୁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି ଏବଂ ଅନ୍ୟ ପ୍ରାର୍ଥୀମାନଙ୍କୁ ₹୫୦୦ ଫେରସ୍ତ ମିଳିବ। ପୋଷ୍ଟକୋଡ୍ ୨୧-୩୯, ୪୧ ଏବଂ ୪୨ ପାଇଁ ଶୁଳ୍କ ୫୦୦ ଏବଂ ଅନ୍ୟମାନେ ୪୦୦ ଫେରସ୍ତ ପାଇବେ । ଆବେଦନ ଶୁଳ୍କ ଅନଲାଇନ ମାଧ୍ୟମରେ ଦେବାକୁ ପଡିବ ।
ଶିକ୍ଷାଗତ ଯୋଗ୍ୟତା : ପଦବୀ ଅନୁସାରେ ଯୋଗ୍ୟତା ଦେଖାଯିବ । ସାଇଣ୍ଟିସ୍/ଇଞ୍ଜିନିୟର(SC) ପ୍ରାର୍ଥୀଙ୍କ ପାଇଁ ME/M.Tech/M.Scରେ ଅତି କମରେ ୬୦% ଏବଂ BE/B.Techରେ ୬୫% ମାର୍କ ହାସଲ କରିଥିବା ଆବଶ୍ୟକ । ଟେକ୍ନିକାଲ ଆସିଷ୍ଟାଣ୍ଟ ପାଇଁ ମେକାନିକାଲରେ ପ୍ରଥମ ବର୍ଷ ଡିପ୍ଲୋମା କରିଥିବା ଜରୁରୀ । ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ ପାଇଁ କେମେଷ୍ଟ୍ରିର ପ୍ରଥମ ବର୍ଷରେ B.SC ନଚେତ୍ ଫଟୋଗ୍ରାଫି/ସିନେମେଟ୍ରୋଗ୍ରାଫିରେ BFA ହାସଲ କରିଥିବା ଆବଶ୍ୟକ । ଲାଇବ୍ରେରୀ ଆସିଷ୍ଟାଣ୍ଟ ‘A’ପାଇଁ ଗ୍ରାଜୁଏସନ୍ ହାସଲ କରିଥିବା ଆବଶ୍ୟକ । ରେଡିଓଗ୍ରାଫର-A ପାଇଁ ରେଡିଓଗ୍ରାଫିରେ ଦୁଇ ବର୍ଷର ଡିପ୍ଲୋମା କରିଥିବା ଉଚିତ୍ । ଟେକ୍ନିସିଆନ୍ ‘B’ ପାଇଁ ଦଶମ ଶ୍ରେଣୀ ପାସ୍ ଏବଂ ITI/NTC/NAC ପ୍ରମାଣପତ୍ର ଆବଶ୍ୟକ । ଡ୍ରାଫ୍ଟସମ୍ୟାନ୍ ‘B’ ପାଇଁ ଦଶମ ଶ୍ରେଣୀ ପାସ୍ ଏବଂ ସିଭିଲ୍ ଡ୍ରାଫ୍ଟସମ୍ୟାନସିପ୍ରେ ITI ଆବଶ୍ୟକ। କୁକ୍, ଫାୟାରମ୍ୟାନ୍ ‘A’ ଏବଂ ହାଲୁକା ଯାନ ଚାଳକ ‘A’ ପାଇଁ କେବଳ ଦଶମ ଶ୍ରେଣୀ ପାସ୍ ଯଥେଷ୍ଟ । ନର୍ସ-‘B’ ପାଇଁ ୩ ବର୍ଷର ନର୍ସିଂ ଡିପ୍ଲୋମା ଏବଂ ରାଜ୍ୟ ନର୍ସିଂ ପରିଷଦରେ ରେଜିଷ୍ଟ୍ରେସନ କରିଥିବା ଆବଶ୍ୟକ । ଏହି ନିଯୁକ୍ତି ପାଇଁ ଫ୍ରେସର୍ ଏବଂ ଅଭିଜ୍ଞ ପ୍ରାର୍ଥୀ ଉଭୟ ଆବେଦନ କରିପାରିବେ । ସମ୍ପୂର୍ଣ୍ଣ ବିବରଣୀ ପାଇଁ ସରକାରୀ ବିଜ୍ଞପ୍ତି ଯାଞ୍ଚ କରନ୍ତୁ ।
ଦରମା :
ସାଇଣ୍ଟିସ୍/ଇଞ୍ଜିନିୟର(SC)-୫୬,୧୦୦ରୁ ୧,୭୭,୫୦୦ ପର୍ଯ୍ୟନ୍ତ ରହିଛି
ଟେକ୍ନିକାଲ ଆସିଷ୍ଟାଣ୍ଟ- ୪୪,୯୦୦ ରୁ ୧,୪୨,୪୦୦
ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ- ୪୪,୯୦୦ ରୁ ୧,୪୨,୪୦୦
ଲାଇବ୍ରେରୀ ଆସିଷ୍ଟାଣ୍ଟ-୪୪,୯୦୦
ରେଡିଓଗ୍ରାଫର‘A’-୨୫,୫୦୦ ରୁ ୮୧,୧୦୦
ଟେକ୍ନିସିଆନ୍’B’-୨୧,୭୦୦ ରୁ ୬୯,୧୦୦
ଡ୍ରାଫଟ୍ସମ୍ୟାନ୍‘B’-୨୧,୭୦୦ ରୁ ୬୯,୧୦୦
କୁକ୍-୧୯,୯୦୦ ରୁ ୬୩,୨୦୦
ଫାୟାରମ୍ୟାନ୍‘A’- ୧୯,୯୦୦ ରୁ ୬୩,୨୦୦
ଲାଇଟ୍ ଭେକିଲ୍ ଡ୍ରାଇଭର‘A’- ୧୯,୯୦୦ ରୁ ୬୩,୨୦୦
ନର୍ସ‘B’- ୪୪,୯୦୦ ରୁ ୧,୪୨,୪୦୦
Also Read : BSF କନେଷ୍ଟବଳ ପାଇଁ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ