ଆଇଟିବିପିରେ ଚାକିରି ପାଇବାର ସୁଯୋଗ, ୫୨୬ ପଦବୀ ଖାଲି

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଣ୍ଡୋ-ଦିବ୍ଦତ ସୀମା ପୋଲିସ ପକ୍ଷରୁ ଟେଲିକମ୍ୟୁନିକେସନ ବିଭାଗରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଆଇଟିବିପିର ଅଫିସିଆଲ ସାଇଟ୍କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୫୨୬
ସବ ଇନ୍ସପେକ୍ଟର ଟେଲିକମ୍ୟୁନିକେସନ : ୯୨
ହେଡ କନଷ୍ଟେବଳ ଟେଲିକମ୍ୟୁନିକେସନ : ୩୮୩
କନଷ୍ଟେବଳ ଟେଲିକମ୍ୟୁନିକେସନ : ୫୧
୫୨୬ ପଦବୀ ମଧ୍ୟରେ ୪୪୭ ପୁରୁଷ ଏବଂ ୭୯ ମହିଳା ଆବେଦନ କରିପାରିବେ ।
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ନଭେମ୍ବର ୧୫ରୁ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୪ ଡିସେମ୍ବର ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ବିଏସସି/ବିଟେକ/୧୨ଶ ପାସ୍ ସହିତ ଆଇଟିଆଇ କରିଥିବା ଜରୁରୀ । ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୦ରୁ ୨୫ ବର୍ଷ ମଧ୍ୟରେ ହେବା ଜରୁରୀ । ବିଭିନ୍ନ ପଦବୀ ପାଇଁ ବୟସ ସୀମା ଅଲଗା ଅଲଗା ନିର୍ଦ୍ଧାରିତ କରାଯାଇଛି ।
ଦରମା : ପ୍ରାର୍ଥୀଙ୍କୁ ଦରମା ଅଲଗା ଅଲଗା ମିଳିବ । ତେବେ ୩୫,୪୦୦ ଟଙ୍କାରୁ ଆରମ୍ଭ କରି ୧,୧୨,୪୦୦ ଟଙ୍କା ପର୍ଯନ୍ତ ଦରମା ମିଳିବ ।
କେମିତି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଅଫିସିଆଲ ସାଇଟକୁ ଯାଇ ନିର୍ଦ୍ଧାରିତ ଶୁଳ୍କ ପ୍ରଦାନ କରିବାକୁ ହେବ । ଏହାପରେ ସମସ୍ତ ବିବରଣୀ ଦେଇ ଆବେଦନ ଫର୍ମ ପୂରଣ କରି ସବମିଟ୍ କରିବାକୁ ହେବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।