IHMCLରେ ITS ନିଯୁକ୍ତି ପାଇଁ ଖାଲି ପଡିଛି ପଦଵୀ, ଜାଣନ୍ତୁ କିପରି କରିବେ ଆବେଦନ

ଭାରତୀୟ ରାଜମାର୍ଗ ପ୍ରବନ୍ଧନ କମ୍ପାନୀ ଲିମିଟେଡ(IHMCL)ରେ ITS ନିଯୁକ୍ତି ପାଇଁ ଅନେକ ପଦବୀ ଖାଲି ପଡିଛି । ଆବେଦନକାରୀ ଜୁନ୍ ୨ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଅଧିକ ବିରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ :ଏହି ନିଯୁକ୍ତି ଭର୍ତ୍ତି ପାଇଁ ୪୯ ପଦବୀ ଇ-1 ଗ୍ରେଡ୍ ଆଧାରରେ ପଦବୀ ପୂର୍ଣ୍ଣ କରାଯିବ ।
ଆବେଦନ ତାରିଖ : ଆବେଦନକାରୀ ଜୁନ୍ ୨ ପର୍ଯ୍ୟନ୍ତ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।
ବସୟ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
ଶିକ୍ଷାଗତ ଯୋଗ୍ୟତା :ଏହି ପଦବୀ ପାଇଁ ଆବେଦନକାରୀ ପ୍ରଯୁକ୍ତି ବିଦ୍ୟା, କମ୍ପ୍ୟୁଟର ସାଇନ୍ସ, ଇଲୋକ୍ଟ୍ରୋନିକ୍ସ, ଇଲୋକ୍ଟ୍ରିକାଲ, ଇଷ୍ଟ୍ରୁମେଣ୍ଟେସନ, ଡାଟା ସାଇନ୍ସ ବା ଇଣ୍ଟେଲେଜେନ୍ସିରେ ଯକୌଣସି ମାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତ୍ତକ ଡିଗ୍ରୀ ହାସଲ କରିଥିବା ଜରୁରୀ ।
ଚୟନ ପ୍ରକ୍ରିୟା : GATEସ୍କୋର ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଏହା ଛଡା ମନୋନୀତ ପ୍ରାର୍ଥୀଙ୍କୁ ଇଣ୍ଟଭ୍ୟୁ ପାଇଁ ଡକାଯିବ ।ଏହି ନିଯୁକ୍ତିରେ ମନୋନୀତ କରିବା ପାଇଁ IHMCL ସମସ୍ତ ସ୍ତରକୁ ଯାଞ୍ଚ କରିବ ।
ଦରମା :ଏହି ନିଯୁକ୍ତି ପାଇଁ ଇ-1 ଗ୍ରେଡରେ ୪୦,୦୦୦ ଟଙ୍କାରୁ ୧,୪୦,୦୦୦ପର୍ଯ୍ୟନ୍ତ ଦରମା ସୀମା ଧାର୍ଯ୍ୟ କରାଯାଇଛି । ପ୍ରଥମ ମାସିକ ଇନ୍ ହ୍ୟାଣ୍ଡ ଦରମା ୮୪,୦୦୦ ଟଙ୍କା ହୋଇପାରେ । ଏହା ବ୍ୟତୀତ ଭତ୍ତା ସହିତ HRA ଭଳି ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି । CTCର ବାର୍ଷିକ ଆୟ ପ୍ରାୟ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଇପାରେ ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ପେଜରେ ଦି୍ଆଯାଇଥିବା ‘Recruitment’ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ଦିଆଯାଇଥିବା ସୂଚନାନୁଯାୟୀ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।
ପରେ ଫର୍ମଟିକୁ ସବମିଟ କରନ୍ତୁ ।
ଶେଷରେ ଆବେଦନ ଫର୍ମର ପ୍ରିଣ୍ଟ ଆଉଟ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।
Also Read : ଆସିଷ୍ଟାଣ୍ଟ ଇଞ୍ଜିନିୟର ନିଯୁକ୍ତି ପାଇଁ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ