NMRCରେ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ନୋଏଡା ମେଟ୍ରୋ ରେଳ କର୍ପୋରେସନ(NMRC) ଚାକିରି ପାଇଁ ପଦବୀ ଖାଲି ପଡିଛି । ଇଚ୍ଛୁକ ପ୍ରାର୍ଥୀ ଅଫଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନକାରୀଙ୍କୁ ଜରୁରୀ ଡକ୍ୟୁମେଣ୍ଟଗୁଡିକୁ ନୋଏଡା ମେଟ୍ରୋ ରେଳ କର୍ପୋରେସନରେ ଯାଇ ଦାଖଲ କରିବାକୁ ହେବ । ୨୧ଏପ୍ରିଲ ସୁଦ୍ଧା ଆବେଦନଫର୍ମ ପୋଷ୍ଟ କିମ୍ବା କୋରିୟର ମାଧ୍ୟମରେ ପହଞ୍ଚିବା ଆବଶ୍ୟକ।

ପଦବୀ ବିବରଣୀ :
ଆସିଷ୍ଟାଣ୍ଟ ମ୍ୟାନେଜର(ପ୍ରପର୍ଟି ଡେଭଲପମେଣ୍ଟ)
ଆସିଷ୍ଟାଣ୍ଟ ମ୍ୟାନେଜର(ପ୍ରପର୍ଟି ବିଜିନେସ୍)
ସେକ୍ସନ ଇଞ୍ଜିନିୟର (ସିଭିଲ ଆଣ୍ଡ୍ ଟ୍ରାକ୍)
ଆସିଷ୍ଟାଣ୍ଟ ମ୍ୟାନେଜର(ଇନଫରମେସନ୍ ଟେକ୍ନୋଲୋଜି)
ଆସିଷ୍ଟାଣ୍ଟ ମ୍ୟାନେଜର(ଫାଇନାନ୍ସ)
ସେକ୍ସନ ଇଞ୍ଜିନିୟର(ରୋଲିଂ ଷ୍ଟକ୍)
ସେକ୍ସନ ଇଞ୍ଜିନିୟର(ସିଗନାଲିଂ ଆଣ୍ଡ୍ ଟେଲିକମ୍)
ସେକ୍ସନ ଇଞ୍ଜିନିୟର(ଇଲେକ୍ରିକାଲ)
ସିନିୟର ସେକ୍ସନ ଇଞ୍ଜିନିୟର(ପ୍ରପର୍ଟି ବିଜିନେସ୍)
ରେଭିନ୍ୟୁ ଇନ୍ସପେକ୍ଟର
ଫାୟାର ସେଫଟି ଇନ୍ସପେକ୍ଟର

ବୟସ ସୀମା : ଅନୁସୂଚିତ ଜାତିଙ୍କ ବୟସସୀମା ଜାଣିବା ପାଇଁ ନୋଟିଫିକେସନରେ ଯାଇ ଚେକ୍ କରିପାରିବେ । ଏସସି ଏବଂ ଏସଟି ପ୍ରାର୍ଥୀଙ୍କ ପାଇଁ ବୟସସୀମା ଛାଡ କରାଯିବ ।

ଦରମା ବିବରଣୀ : ଉକ୍ତ ପଦବୀରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଭିନ୍ନ ଭିନ୍ନ ପଦବୀ ପାଇଁ ୪୦,୦୦୦ଟଙ୍କା ଦରମାରୁ ଆରମ୍ଭ କରି ୨,୦୦,୦୦୦ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯିବାର ନିଷ୍ପତ୍ତି ନିଆଯାଇଛି ।

ଚୟନ ପ୍ରକ୍ରିୟା : ଆବେଦନକାରୀଙ୍କୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଚୟନ କରାଯିବ । ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଡକାଯିବ । ଲିଖିତ କିମ୍ବା ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ଚୟନ ପ୍ରକ୍ରିୟା କରାଯିବ।

Also Read :NCRTC ରେ ୭୨ଟି ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ