କେନ୍ଦ୍ରୀୟ ବିଦ୍ୟାଳୟରେ ୧୫୦୦୦ ପଦବୀ ଖାଲି, ଖୁବଶୀଘ୍ର କରିପାରିବେ ଆବେଦନ

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (KVS) ରେ ପିଜିଟି, ପ୍ରାଇମେରୀ ଟିଜର ଏବଂ ଟ୍ରେନିଂ ଗ୍ରାଜୁଏଟ ଟିଚର ପଦବୀରେ ଭର୍ତ୍ତି ହେଉଛି । ଏହି ଖାଲିପଡିଥିବା ୧୫,୦୦୦ ପଦବୀ ପାଇଁ ଜୁଲାଇ ଶେଷ କିମ୍ବା ଅଗଷ୍ଟ ପ୍ରଥମ ସପ୍ତାହରୁ ଆବେଦନ କରିପାରିବେ ପ୍ରାର୍ଥୀ ।

ପଦବୀ ବିବରଣୀ : ୧୫,୦୦୦

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଜୁଲାଇ ଶେଷ ଏବଂ ଅଗଷ୍ଟ ପ୍ରଥମରୁ ଆରମ୍ଭ ହେବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୨ଶ ପାସ୍‌ କରିଥିବା ସହିତ ଡିପ୍ଲୋମା, ଗ୍ରାଜୁଏସନ ଏବଂ ବିଇଡି କରିଥିବା ଜରୁରୀ । ଟିଜିଟି ପାଇଁ ପ୍ରାର୍ଥୀ ଗ୍ରାଜୁଏସନରେ ୫୦ ପ୍ରତିଶତ ମାର୍କ ରଖି ପାସ୍‌ କରିଥିବା ଜରୁରୀ ।
ସେହିପରି ପିଜିଟି ପାଇଁ ପୋଷ୍ଟ ଗ୍ରାଜୁଏସନ କରିଥିବା ଜରୁରୀ । ପିଆରଟି ପାଇଁ ପ୍ରାର୍ଥୀ ୨ ବର୍ଷ ଡିପ୍ଲୋମା କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରିପାରିବେ ।

ଆବେଦନ ଶୁଳ୍କ : ଖାଲିପଡିଥିବା ପଦବୀ ପାଇଁ ସାଧାରଣ ଏବଂ ଓବିସି ପ୍ରାର୍ଥୀ ୧୫୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ସେହିପରି ଅନ୍ୟ ପ୍ରାର୍ଥୀଙ୍କୁ ଛାଡ ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଇଣ୍ଟରଭ୍ୟୁ ଆଧାରରେ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୩୪,୦୦୦ରୁ ୫୦,୦୦୦ ପର୍ଯ୍ୟନ୍ତ ଟଙ୍କା ମିଳିବ ।

କେମିତି କରିବେ ଆବେଦନ :

ପ୍ରଥମେ ୱେବସାଇଟକୁ ଯିବାକୁ ହେବ ।
ଏହାପରେ ଆବେଦନ ଲିଙ୍କରେ କ୍ଲିକ୍‌ କରିବାକୁ ହେବ ।
ଏହାପରେ ନୋଟିଫିକେସନ ଚେକ୍‌ କରିବା ପରେ ଡକ୍ୟୁମେଣ୍ଟ ଅପଲୋଡ କରିବା ସହିତ ସବ୍‌ମିଟ୍‌ କରିବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।