କ୍ରୀଡା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ କିଟ୍କୁ ମିଳିଲା ସ୍ପୋର୍ଟସ ଷ୍ଟାର ଏସେସ୍ ପୁରସ୍କାର ୨୦୨୨

କେନ୍ୟୁଜ୍(ବ୍ୟୁରୋ): କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ସ୍ପୋର୍ଟସ ଷ୍ଟାର ଏସେସ୍ ପୁରସ୍କାର ୨୦୨୨ ପ୍ରଦାନ କରାଯାଉଛି । କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହନ ଯୋଗାଇ ଆସିଥିବା ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ କିଟ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଆଜି ମୁମ୍ବାଇଠାରେ କିଟ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ୨୦୦୪ ମସିହାରୁ କିଟ୍ ଓ କିସ୍ କ୍ରୀଡ଼ାର ବିକାଶ, କ୍ରୀଡ଼ାବିତ୍ଙ୍କୁ ଉତ୍ସାହ ଓ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛି । କିଟ୍ ଓ କିସରେ ଉନ୍ନତ ଓ ଅନ୍ତର୍ଜାତିକମାନର କ୍ରୀଡ଼ା ଭିତ୍ତିଭୂମି ଜରିଆରେ ଉଭୟ ଅନୁଷ୍ଠାନରୁ ୫ ହଜାରରୁ ଊର୍ଦ୍ଧ୍ୱ ଆଞ୍ଚଳିକ, ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ, ଜାତୀୟ ଓ ଆନ୍ତର୍ଜାତିକସ୍ତରର କ୍ରୀଡ଼ାବିତ୍ ସୃଷ୍ଟି ହୋଇ ପାରିଛନ୍ତି ।
ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ କିଟ୍ ଓ କିସ୍ ତୃଣମୂଳସ୍ତରରୁ କ୍ରୀଡ଼ାର ବିକାଶ କରିବା ସହ ଅଲିମ୍ପିକ୍ ପାଇଁ ମଧ୍ୟ କ୍ରୀଡ଼ାବିତ୍ଙ୍କୁ ସାମିଲ କରିପାରିଛି । କ୍ରୀଡ଼ା କ୍ଷେତ୍ରରେ ଏଭଳି ପଦକ୍ଷେପ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ସ୍ପୋର୍ଟସ ଷ୍ଟାର ଏସେସ୍ ପୁରସ୍କାର ଜୁରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କିଟ୍ ପକ୍ଷରୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ଅନୁପସ୍ଥିତିରେ କିଟ୍ର କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ଓ ଅନ୍ତର୍ଜାତୀୟ ବ୍ୟାପାର ବିଭାଗ ନିର୍ଦ୍ଦେଶକ ଡ. ବରୁଣ ସୁତ୍ର ଏହି ପୁରସ୍କାର ଗ୍ରହଣ କରିବେ