କିନ୍ନରଙ୍କ ବହୁଚରା ବା ମୁର୍ଗୀମାତା ପୂଜା, ଜାଣନ୍ତୁ କାହିଁକି ପାଳନ ହୁଏ ଏହି ପର୍ବ

ମୁର୍ଗୀମାତାଙ୍କର ପୂଜା ପାଇଁ ପୁରୀ କିନ୍ନର ସଂଘର ସଦସ୍ୟ ମାନେ ନରେନ୍ଦ୍ର ପୁଷ୍କରିଣୀରୁ କଳସ ବୁଡାଇ କଳସ ଶୋଭାଯାତ୍ରା କରି ବଡଶଙ୍ଖ ସ୍ଥିତ ରାଣୀସତୀ ମଣ୍ଡପ ଠାରେ ପହଞ୍ଚିଥିଲେ । ସେଠାରେ ହୋମ ଯଂଜ୍ଞ ର ଆୟୋଜନ କରାଯାଇଥିଲା । ରାଜ୍ୟ ତଥା ଦେଶର ମଙ୍ଗଳ ନିମନ୍ତେ କିନ୍ନର ସମ୍ପ୍ରଦାୟ ଲୋକେ ଏହି ପୂଜା କରିଥାନ୍ତି । ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିନ୍ନର ସଂଘ ପକ୍ଷରୁ ସ୍ୱତନ୍ତ୍ର ପୂଜାଉତ୍ସବ ର ଆୟୋଜନ କରାଯାଇଥିଲଶ ।

ପୁରୀ(କେନ୍ୟୁଜ): ଉଚ୍ଚାରଣ ହୋଇଥିଲା ମନ୍ତ୍ର । ପୂଜାପାଠ ମଧ୍ୟ ଚାଲିଥିଲା । ସାଜ ସଜ୍ଜା ହୋଇଥିଲା ପୂଜା ବ୍ରତ ଥାଳି। ନୂଆ ଶାଢି ପରିଧାନ କରି ବ୍ରତଧାରୀମାନେ ବସିଥିଲା ପୂଜାରେ। ଆଉ ପୂଜା କରୁଥିଲା ପୂଜକ। ହେଲେ ସବୁଠୁ ନିଆରା କଥା ଏଠି ବ୍ରତ ଧାରୀ ମାନେ ଥିଲେ ଜଣେ ଜଣେ କିନ୍ନର। ଏଠାରେ ଚାଲିଥିଲା ପୁରୀ କିନ୍ନର ସଂଘ ପକ୍ଷରୁ ବହୁଚରା ବା ମୁର୍ଗୀମାତାଙ୍କର ପୂଜା ଉତ୍ସବ।

ମୁର୍ଗୀମାତାଙ୍କର ପୂଜା ପାଇଁ ପୁରୀ କିନ୍ନର ସଂଘର ସଦସ୍ୟ ମାନେ ନରେନ୍ଦ୍ର ପୁଷ୍କରିଣୀରୁ କଳସ ବୁଡାଇ କଳସ ଶୋଭାଯାତ୍ରା କରି ବଡଶଙ୍ଖ ସ୍ଥିତ ରାଣୀସତୀ ମଣ୍ଡପ ଠାରେ ପହଞ୍ଚିଥିଲେ । ସେଠାରେ ହୋମ ଯଂଜ୍ଞ ର ଆୟୋଜନ କରାଯାଇଥିଲା । ରାଜ୍ୟ ତଥା ଦେଶର ମଙ୍ଗଳ ନିମନ୍ତେ କିନ୍ନର ସମ୍ପ୍ରଦାୟ ଲୋକେ ଏହି ପୂଜା କରିଥାନ୍ତି । ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିନ୍ନର ସଂଘ ପକ୍ଷରୁ ସ୍ୱତନ୍ତ୍ର ପୂଜାଉତ୍ସବ ର ଆୟୋଜନ କରାଯାଇଥିଲଶ ।

ପୁରୀ ରେ ଦୁଇ ଦିନ ଧରୀ ଏହି ମୁର୍ଗୀମାତା ପୂଜା ଅନୁଷ୍ଠିତ ହେବ । ଏଥିସହ ଅନେକ ଭକ୍ତ ଙ୍କ ନିମନ୍ତେ କିନ୍ନର ସଂଘ ପକ୍ଷରୁ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଛି । ଗତକାଲି ଖଉବ୍ ଧୁମଧାମ ରେ ପୁରୀ କିନ୍ନର ସଂଘ ପକ୍ଷରୁ ମୁର୍ଗୀ ମାତାଙ୍କ ପୂଜା ଉତ୍ସବ ଆରମ୍ଭ କରାଯାଇଥିଲା । ତେବେ ପୁରୀ କିନ୍ନର ସଂଘ ପକ୍ଷରୁ ଜଗତ ମଙ୍ଗଳ ନିମନ୍ତେ ଏହି ପୂଜା କୁ ଅତି ନିଷ୍ଠା ର ସହ ପାଳନ କରାଯାଉଥିବା କହିଛନ୍ତି କିନ୍ନର ସଂଘ ର ସଭାପତି । ପଟେ କିନ୍ନର ସମ୍ପ୍ରଦାୟର ମାଆ ଭଉଣୀ ମାନେ ସକାଳୁ ସକାଳୁ ଗାଧୋଇ ନୂଆ ବସ୍ତ୍ର ପରିଧାନ କରି ଲାଗି ପଡିଥିଲେ ଏହି ପୂଜାର ସାଜସଜାରେ । ଏହି ପୂଜାକୁ ସଭିଏଁ ମିଶି ସାଙ୍ଗସାଥୀ ହୋଇ ଖୁବ୍ ଆନନ୍ଦ ସହକାରେ ପାଳନ କରିଥିଲେ।