କିନ୍ନରମାନଙ୍କ ପକ୍ଷରୁ ବହୁଚରା ମା’ଙ୍କ ଧୁମ୍ ଧାମ୍ ରେ ହେଉଛି ଷୋହଳ ପୂଜା

କିନ୍ନର ସମ୍ପ୍ରଦାୟ ପକ୍ଷରୁ କିନ୍ନରଙ୍କ କୁଳଦେବୀ ବହୁଚରା ମାତାଙ୍କ ଷୋହଳ ପୂଜା । ମହା ଆଡମ୍ବର ସହକାରେ କରୁଛନ୍ତି କିନ୍ନର ସମ୍ପ୍ରଦାୟ । ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌରାଞ୍ଚଳ ଅଧୀନ ଗୁଲିପାଟଣା ସ୍ଥିତ ବାବା ବୈଦ୍ୟନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହିପୂଜା କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୁଖ ଶାନ୍ତି ଓ ସମୃଦ୍ଧିରେ କୌଣସି ଆଞ୍ଚ ଆସିବ ନାହିଁ ବୋଲି କୁହାଯାଏ । ତେବେ ଏହି ଅବସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ କିନ୍ନର ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।

ରାଜ୍ୟର ଅନେକ ସ୍ଥାନରେ ବହୁଚରା ମାଁ ଙ୍କ ପୂଜା କରାଯାଇଥାଏ କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଉମରକୋଟଠାରେ ଏହି ବହୁଚରା ମାତାଙ୍କ ପୂଜା ଆୟୋଜନ କରାଯାଇଛି । ବହୁଚରା ମା କୁକୁଡ଼ା ଉପରେ ବିରାଜମାନ ରହିଛନ୍ତି ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ଏହା ଏକ ରୂପ ବୋଲି କୁହାଯାଉଛି l ଉମରକୋଟ ଗୁରୁମା ଦେବୋଲିନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେହିଭଳି ମହା ଆଡମ୍ବର ସହକାରେ ରୀତି ନୀତି ଅନୁସାରେ ପୂଜା କାର୍ଯ୍ୟ କରାଯାଇଛି । ଏହିପୂଜା ତିନିଦିନ ଧରି ଚାଲିଥିଲା ।

Also read;ବସ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ, କଟକ-ପାରାଦୀପ ରାସ୍ତାକୁ ଅବରୋଧ କଲେ ଉତ୍ୟକ୍ତ ଲୋକେ