ଅତି ସହଜ ଉପାୟରେ ଆଜି ହିଁ ଘରେ ବନାନ୍ତୁ ମଟର ଚାଟ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଆପଣମାନେ ଅନେକ ପ୍ରକାରର ଚାଟ ଖାଇଥିବେ କିନ୍ତୁ କେବେ ମଟର ଚାଟ ଟେଷ୍ଟ କରିଛନ୍ତି କି? ଏହାକୁ ବନାଇବା ଯେତିକି ସହଜ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ । ଆଜି ଆମେ ଆପଣଙ୍କୁ ଏହି ମଟର ଚାଟର ରେସିପି ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ ।

ଆବଶ୍ୟକୀୟ ସାମଗ୍ରୀ:

୨କପ୍ ଶୁଖିଲା ମଟର, ୨ଟି ସିଝା ଆଳୁ, ୧ଟି ପିଆଜ, ୧ଟି ଟମାଟ, ଏକ ଚାମଚ ଲେମ୍ବୁରସ, ଅଧ ଚାମଚ ବେକିଂ ସୋଡ଼ା, ଖୁବଅଳ୍ପ ହେଙ୍ଗୁ, ତେନ୍ତୁଳି ଚଟଣି, ସ୍ଵାଦ ଅନୁଯାୟୀ ଲୁଣ, ଗୋଟିଏ ଚାମଚ ବିଟଲୁଣ, ଗାଟିଏ ଚାମଚ ଭଜା ଜିରା, ଦୁଇଚାମଚ ତାଜା ଧନିଆ ପତ୍ର ଓ ପତଳା କଟା ଯାଇଥିବା ଆଳୁ ଭଜା ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ମଟରକୁ ଭଲଭାବେ ଧୋଇ ୫ଘଣ୍ଟା ପାଇଁ ପାଣିରେ ଭିଜେଇ ଦିଅନ୍ତୁ । ମଟର ଭିଜି ଯିବାପରେ ପାଣିକୁ କାଢି ମଟରକୁ ଭଲଭାବେ ପୁଣିଥରେ ଧୋଇ ଦିଅନ୍ତୁ । ପ୍ରେସର କ୍ଲକ୍କରରେ ପାଣି, ବେକିଂ ସୋଡା ଓ କିଛି ହେଙ୍ଗୁ ମିଶାଇ ମଟରକୁ ସିଝାଇ ଦିଅନ୍ତୁ । ଏହାପରେ ଏକ ପାତ୍ରରେ କିଛି ସିଝିଯାଇଥିବା ମଟର, ସିଝା ହୋଇ ଚକଟା ଯାଇଥିବା ଆଳୁ, କଟା ହୋଇଥିବା ପିଆଜ, କଟା ଟମାଟ, ଏଥିରେ ତେନ୍ତୁଳି ଚଟଣି ଓ ପୂର୍ବସୂଚୀ ଅନୁଯାୟୀ କୁହାଯାଇଥିବା ମସଲା ସବୁକୁ ମିଶାଇ ଶେଷରେ ଲେମ୍ବୁରସ ମିଶାଇଦିଅନ୍ତୁ । ଚାଟକୁ ଅଧିକ କୁରକୁରା କରିବା ପାଇଁ ଆପଣ ସେଥୁରେ ପାମ୍ପଡ ଓ ଛଣା ସେଉ ମଧ୍ୟ ମିଶାଇ ପାରିବେ । ଏହାପରେ ଆପଣ ପରସି ଦିଅନ୍ତୁ ଆପଣଙ୍କ ଦ୍ୱାରା ପ୍ରସ୍ତୁତ ଟେଷ୍ଟି ମଟର ଚାଟ୍ ।