ସୁନାବେଶରେ ଜାଣନ୍ତୁ କେଉଁ କେଉଁ ଅଳଙ୍କାର ପିନ୍ଧନ୍ତି ତିନି ଠାକୁର

ଆଷାଡ଼ ମାସ ଦ୍ୱାଦଶୀ ତିଥିରେ ଆଜି ଶ୍ରୀଜୀଉଙ୍କ ସୁନାବେଶ। ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବା ପରେ ରଥ ଉପରେ ହୁଏ ସୁନାବେଶ। ଏହାକୁ ରାଜାରୋଜଶ୍ୱର ବେଶ ମଧ୍ୟ କୁହାଯାଏ। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହୁଅନ୍ତି ମହାପ୍ରଭୁ। ଭଣ୍ଡାର ଘରେ ଗଚ୍ଛିତ ଥିବା ଦୁର୍ମୂଲ୍ୟ ଅଳଙ୍କାର ଆସେ ରଥ ଉପରକୁ। ହାତ ଓ ପାଦ ଥିବା ବିଗ୍ରହ ରୂପରେ ଦର୍ଶନ ଦିଅନ୍ତି ତିନି ଠାକୁର। ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ୧୩୮ ପ୍ରକାର ଅଳଙ୍କାର ତିଆରି କରାଯାଇଥିଲା। ତେବେ କଣ ଆପଣଙ୍କୁ ଜଣାଅଛି ଏହି ଅଳଙ୍କାରର ନାମ ସବୁ କଣ କଣ? ତେବେ ଆସନ୍ତୁ ଜାଣିବା।

ଶ୍ରୀଜଗନ୍ନାଥଙ୍କ ଅଳଙ୍କାର

jagganathଶ୍ରୀପୟର ବା ପାଦ, କିରିଟ, ଶ୍ରୀଭୁଜ ବା ହାତ, ସୁନା ଚକ୍ର ଓ ରୁପା ଶଙ୍ଖ, ଓଢ଼ିଆଣୀ ବା କାନ ଫୁଲ
କମରପଟି, ଚନ୍ଦ୍ରସୂର‌୍ୟ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତ୍ରିଖଣ୍ଡିକା
ଝୋବାକଣ୍ଠି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା।

ଶ୍ରୀବଳଭଦ୍ରଙ୍କ ଅଳଙ୍କାର

balabadarଶ୍ରୀପୟର, କିରିଟ, ଶ୍ରୀଭୁଜ, ହଳ ଓ ମୂଷଳ, ଓଢିଆଣୀ, କୁଣ୍ଡଳ, ଚନ୍ଦ୍ରସୂର‌୍ୟ୍ୟ, ତ୍ରିଖଣ୍ଡିକା
କମରପଟି, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ବାଘନଖ ମାଳି
ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି।

ଦେବୀସୁଭଦ୍ରାଙ୍କ ସୁନାବେଶ

କିରୀଟ, ଓଢ଼ିଆଣୀ, କାନ, ଚନ୍ଦ୍ରସୂର‌୍ୟ୍ୟ, ତଗଡ଼ି-୨ଟି, ସେବତୀ ମାଳି, ଘାଗଡ଼ା ମାଳି, କଦମ୍ବ ମାଳି।