ଘରେ ବନାନ୍ତୁ ଟେଷ୍ଟି ଏଗ୍ ଇଡ଼ଲି, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ
ସବୁବେଳେ ଗୋଟେ ପ୍ରକାର ଖାଦ୍ୟ ଖାଇବାକୁ କେହି ମଧ୍ୟ ପସନ୍ଦ କରନ୍ତି ନାହିଁ, ତେଣୁ ଆଜି ଆମେ ଆପଣଙ୍କୁ ଏକ ନୂଆ ସ୍ୱାଦିଷ୍ଟ ରେସିପି ବିଷୟରେ ଜଣାଇବୁ । ଯାହାକୁ ବନେଇବା ଅତି ସହଜ ଏବଂ ଏହା ଖୁବ ସ୍ୱାଦିଷ୍ଟ ମଧ୍ୟ । ତେବେ ଆସନ୍ତୁ ଜାଣିବା ଏଗ ଇଡ଼ଲିର ପ୍ରସ୍ତୁତି ପ୍ରଣାଳୀ ବିଷୟରେ...

ଖାଦ୍ୟରେ ସବୁବେଳେ ପରିବର୍ତ୍ତନ ଆଣିବା ଉଚିତ । ସବୁବେଳେ ଗୋଟେ ପ୍ରକାର ଖାଦ୍ୟ ଖାଇବାକୁ କେହି ମଧ୍ୟ ପସନ୍ଦ କରନ୍ତି ନାହିଁ, ତେଣୁ ଆଜି ଆମେ ଆପଣଙ୍କୁ ଏକ ନୂଆ ସ୍ୱାଦିଷ୍ଟ ରେସିପି ବିଷୟରେ ଜଣାଇବୁ । ଯାହାକୁ ବନେଇବା ଅତି ସହଜ ଏବଂ ଏହା ଖୁବ ସ୍ୱାଦିଷ୍ଟ ମଧ୍ୟ । ତେବେ ଆସନ୍ତୁ ଜାଣିବା ଏଗ୍ ଇଡ଼ଲିର ପ୍ରସ୍ତୁତି ପ୍ରଣାଳୀ ବିଷୟରେ…
ଆବଶ୍ୟକୀୟ ସାମଗ୍ରୀ:
ଅଣ୍ଡା- ୮ ରୁ ୧୦ଟି, ଭୃସଙ୍ଗ ପତ୍ର, ଅଳ୍ପ ଲଙ୍କା ଗୁଣ୍ଡ, ତେଲ- ୨ ଚାମଚ, ସୋରିଷ- ୧ ଚାମଚ, ହଳଦୀ- ଅଧା ଚାମଚ, ଧନିଆ ପତ୍ର, ସ୍ୱାଦନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ:
ଏଗ୍ ଇଡ୍ଲି ବନାଇବା ପାଇଁ ସର୍ବପ୍ରଥମେ ଇଡ୍ଲି ଛାଞ୍ଚରେ ପାଣି ଗରମ କରନ୍ତୁ । ଏହା ପରେ ଛାଞ୍ଚରେ ତେଲ ଲଗାଇ ଦିଅନ୍ତୁ । ଇଡ୍ଲି ଛାଞ୍ଚରେ ଗୋଟେ ଗୋଟେ ଅଣ୍ଡା ଭାଙ୍ଗି ସେଥ୍ରେ ଅଳ୍ପ ଲୁଣ ପକାଇ କୋକ୍ ସାହାଯ୍ୟରେ ଧୀରେ ଧୀରେ ଅଣ୍ଡା ଏବଂ ଲୁଣକୁ ମିଶାନ୍ତୁ । ପ୍ରାୟ ୧୦ ମିନିଟ୍ ପାଇଁ ଅଣ୍ଡାକୁ ବାମ୍ଫରେ ସିଝିବା ପାଇଁ ଛାଡ଼ନ୍ତୁ । ଏହା ପରେ ଚେକ୍ କରନ୍ତୁ ଯେ ତାହା ସିଝିଛି ନା ନାହିଁ ।
ଏବେ ମସଲା ପ୍ରସ୍ତୁତ କରିବା ପାଇଁ ଏକ ପ୍ୟାନ୍ରେ ତେଲ ଗରମ କରି ସେଥିରେ ସୋରିଷ ଏବଂ ଭୃସଙ୍ଗ ପତ୍ର ପକାନ୍ତୁ । କିଛି ସେକେଣ୍ଡ ପାଇଁ ଏହାକୁ ଭାଜି ଦିଅନ୍ତୁ ଏବଂ ଏହାପରେ ହଳଦୀ, ଲଙ୍କା ଗୁଣ୍ଡ ଏବଂ ଲୁଣ ପକାନ୍ତୁ । ଏବେ ପ୍ୟାନ୍ରେ ଏଗ୍ ଇଡ୍ଲି ପକାଇ ତଡ୍କା ଦେଇ ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଏଗ୍ ଇଡ୍ଲି । ଏବେ ଏଗ୍ ଇଡ୍ଲିକୁ ଧନିଆ ପତ୍ରରେ ଗାର୍ନିସ କରି ଗରମ ଗରମ ସର୍ଭ କରନ୍ତୁ ।