ଶୀତଦିନ ସନ୍ଧ୍ୟାରେ ଘରେ ବନାନ୍ତୁ ପାମ୍ପଡ଼ କଟୋରୀ ଚାଟ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ
ଚଟପଟା ଖାଦ୍ୟର ନାଁ ଶୁଣିଲେ ପ୍ରଥମେ ଚାଟ ମନେ ପଡିଯାଏ । ସାଧାରଣତଃ ସମସ୍ତେ ବଜାରରେ ମିଳୁଥିବା ଚାଟ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ସବୁବେଳେ ବାହାର ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇନଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ଚାଟର ରେସିପି ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ...

ଚଟପଟା ଖାଦ୍ୟର ନାଁ ଶୁଣିଲେ ପ୍ରଥମେ ଚାଟ ମନେ ପଡିଯାଏ । ସାଧାରଣତଃ ସମସ୍ତେ ବଜାରରେ ମିଳୁଥିବା ଚାଟ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ସବୁବେଳେ ବାହାର ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇନଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ଚାଟର ରେସିପି ନେଇ ଆସିଛୁ । ଚଟାପଟା ଖାଦ୍ୟ ମଧ୍ୟରୁ ପାମ୍ପଡ଼ କଟୋରୀ ଚାଟ ଖୁବ ସ୍ୱାଦିଷ୍ଟ । ଯାହାକୁ ଆପଣ ଅତି ସହଜରେ ଘରେ ତିଆରି କରି ଖାଇପାରିବେ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ…
ଆବଶ୍ୟକୀୟ ସାମଗ୍ରୀ:
ଆବଶ୍ୟକ ଅନୁଯାୟୀ ପାମ୍ପଡ଼, ୨ କପ୍ କାବୁଲ ଚଣା, ୧ ବଡ଼ ପିଆଜ ଏବଂ ଟମାଟୋ, ଅଧା କପ୍ ଲୁଣି ବୁନ୍ଦି, ୨ଟା କଞ୍ଚା ଲଙ୍କା, ୧ ଚାମଚ ଚାଟ୍ ମସଲା, ଭଜା ଜିରା ପାଉଡର, ଲଙ୍କା ପାଉଡର, ଧନିଆ ପତ୍ର, ସ୍ୱାଦାନୁସାରେ ଲୁଣ, ଲେମ୍ବୁ ରସ
ପ୍ରସ୍ତୁତି ପ୍ରଣାଳୀ:
ପାମ୍ପଡ଼ କଟୋରୀ ଚାଟ୍ ତିଆରି କରିବା ପାଇଁ ପ୍ରଥମେ ପାମ୍ପଡ଼କୁ ବୁଡ଼ାଇ ସୂତା କପଡ଼ାରେ ରଖିବା ପରେ ଏକ ତାଟିଆରେ ତେଲ ଲଗାଇ ପାମ୍ପଡ଼କୁ ଗୋଲ ଆକୃତିର କରି ଦୁଇ ମିନିଟ୍ ପର୍ଯ୍ୟନ୍ତ ମାଇକ୍ରୋୱେଭରେ ରଖନ୍ତୁ । ଏହାପରେ ସେ ଏକ କଟୋରୀ ଆକୃତିର ହୋଇ ବାହାରିବା । କିଛି ସମୟ ପରେ ଏହାକୁ ବାହାର କରି ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ । ଏବେ ତାଟିଆରୁ ପାମ୍ପଡ଼କୁ ଅଲଗା କରି ଏକ ପାତ୍ରରେ କାବୁଲି ଚଣା, ଟମାଟୋ, ପିଆଜ, ଧନିଆ ପତ୍ର, ଲୁଣି ବୁନ୍ଦି, ଲେମ୍ବୁ ରସ ଏବଂ କଞ୍ଚା ଲଙ୍କାକୁ ମିଶାଇ ଦିଅନ୍ତୁ । ଏବେ ଏହି ମିଶ୍ରଣକୁ ପାମ୍ପଡ଼ କଟୋରୀରେ ରଖିଦିଅନ୍ତୁ । ତା’ ପରେ ଚାଟ୍ ମସଲା, ଲଙ୍କା ଗୁଣ୍ଡ, ଜିରା ପାଉଡର ଏବଂ ଲୁଣ ଛିଞ୍ଚି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଚଟପଟା ପାମ୍ପଡ଼ କଟୋରୀ ଚାଟ୍ । ଏବେ ଏହାକୁ ଗରମ ଗରମ ଖାଇବାର ମଜା ନିଅନ୍ତୁ ।