ଫନି ବିପନ୍ନଙ୍କୁ ଆର୍ଥିକ ସହାୟତା ଦେଲା କୋରାପୁଟ ପୋଲିସ୍

କୋରାପୁଟ (କେ ନ୍ୟୁଜ୍) : କୋରାପୁଟ ଜିଲ୍ଲା ପୋଲିସ୍ ପକ୍ଷରୁ ଫନି କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ୨ ଲକ୍ଷ ୯୦ ହଜାର ୮୦୦ ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥ ବ୍ୟାଙ୍କ ଡ୍ରାଫ୍ଟ ଆକାରରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀଙ୍କୁ ଅତିରିକ୍ତ ଏସ୍ପି ଉତ୍କଳ ରଞ୍ଜନ ଦାସ ପ୍ରଦାନ କରିଛନ୍ତି । ଆଗାମୀ ସମୟରେ ଅଧିକ ସହାୟତା ପ୍ରଦାନ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି ।