କୁରୁକ୍ଷେତ୍ର ୟୁନିଭରସିଟିରେ ଖାଲିପଡିଛି ପ୍ରଫେସର ପଦବୀ, ଦରମା ମାସକୁ ୧.୮ ଲକ୍ଷ

କୁରୁକ୍ଷେତ୍ର ୟୁନିଭରସିଟିରେ ଖାଲିପଡିଛି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଲିଙ୍କ ୧୦ ଜୁଲାଇରୁ ଆରମ୍ଭ ହୋଇଛି ।
ପଦବୀ ବିବରଣୀ : ୫୪
ଆସିଷ୍ଟାଣ୍ଟ ପ୍ରଫେସର : ୪୬
ଆସୋସିଏଟ ପ୍ରଫେସର : ୪
ପ୍ରଫେସର: ୪
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୦ ଜୁଲାଇରୁ ଆରମ୍ଭ ହୋଇଥିବା ବେଳେ ଶେଷ ୩୧ ଜୁଲାଇରେ ହେବ ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଅଲଗା ଅଲଗା ରହିଛି । ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରନ୍ତୁ ।
ତେବେ ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ସମ୍ବନ୍ଧୀୟ ବିଷୟରେ ଅତିକମରେ ୫୫ ପ୍ରତିଶତ ମାର୍କ ସହିତ ମାଷ୍ଟର ଡିଗ୍ରୀ କିମ୍ବା ପିଏଚଡି କରିଥିବା ଜରୁରୀ । ଏହାଛଡା ନିଟ୍,ସିଟ୍, ସିଏସଆଇଆର, ୟୁଜିନି ପ୍ରାର୍ଥୀ ଆବେଦନ କରିପାରିବେ । କିଛି ବର୍ଷର ଅଭିଜ୍ଞତା ଥିବା ଜରୁରୀ ।
କେମିତି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ କେବଳ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏଥିପାଇଁ ୟୁନିଭରସିଟିର ଅଫିସିଆଲ ସାଇଟ ଚେକ୍ କରିବାକୁ ହେବ ।
କେମିତି ହେବ ଚୟନ :
ଖାଲିପଡିଥିବା ପଦବୀରେ ଚୟନ ହେବା ପାଇଁ କୌଣସି ପ୍ରକାର ପରୀକ୍ଷା ଦେବାକୁ ହେବ ନାହିଁ । ଚୟନ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । ପ୍ରାର୍ଥୀଙ୍କ ଆବେଦନକୁ ଆଧାର କରି ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଏଥିରେ ସଫଳ ହେବା ପ୍ରାର୍ଥୀଙ୍କୁ ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ପରୀକ୍ଷା ଦେବାକୁ ହେବ । ଏଥିରେ ପାସ୍ ହେଲେ ପ୍ରାର୍ଥୀଙ୍କ ଚୟନ ହେବ ।
ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ସାଧାରଣ ପ୍ରାର୍ଥୀ, ଓବିସି/EWS ପ୍ରାର୍ଥୀ ୨୦୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/ଦିବ୍ୟାଙ୍ଗ ପ୍ରାର୍ଥୀ ୫୦୦ ଟଙ୍କା ଦେବାକୁ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ପଦବୀ ଅନୁସାରେ ଅଲଗା ଅଲଗା ଦରମା ମିଳିବ । ପ୍ରଫେସର ପଦବୀ ପାଇଁ ମାସକୁ ୧,୪୪,୦୦୦ ଟଙ୍କା ମିଳିବ । ସେହିପରି ଆସୋସିଏଟ ପ୍ରଫେସର ପଦବୀ ପାଇଁ ୧,୩୧,୪୦୦ ଟଙ୍କା, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ୫୭,୭୦୦ ଠାରୁ ଆରମ୍ଭ କରି ୧,୮୨,୦୦୦ ଟଙ୍କା ମାସିକ ଦରମା ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।