କଟକରେ କଳାପଲସର ଆତଙ୍କ, ଘରୋଇ ବ୍ୟାଙ୍କ କର୍ମଚାରୀଙ୍କଠାରୁ ଝାମ୍ପି ନେଲେ ୨ ଲକ୍ଷ ଟଙ୍କା

କଟକ(କେନ୍ୟୁଜ୍): କଳା ପଲସରରେ ଆସିଲେ । ୨ ଲକ୍ଷ ଟଙ୍କା ଝାମ୍ପି ନେଲେ । କଟକ ଜିଲ୍ଲା ଟାଙ୍ଗୀ-ଭଟ୍ଟିମୁଣ୍ଡା ରାସ୍ତାରେ ଜଣେ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲୁଟ୍ ଅଭିଯୋଗ । ଅଭିଯୋଗ ଅନୁଯାୟୀ, ସାଲେପୁର ମାଳ ଗାଁରୁ ଟଙ୍କା କଲେକସନ୍ କରି ଚୌଦ୍ୱାର ସ୍ଥିତ ବ୍ୟାଙ୍କକୁ ଯାଉଥିଲେ ଉଜ୍ଜିବନୀ ଘରୋଇ ବ୍ୟାଙ୍କ କର୍ମଚାରୀ ଅମରେନ୍ଦ୍ର ସାସମଲ ।
ଏକ କଳା ପଲସରରେ ଦୁଇ ଜଣ ବ୍ୟକ୍ତି ଆସି ବ୍ୟାଙ୍କ ତାଙ୍କ ଠାରୁ ବ୍ୟାଗରେ ଥିବା ୨ ଲକ୍ଷରୁ ଅଧିକ ଟଙ୍କା ଛଡାଇ ନେଇଥିଲେ । ଏହାପରେ ଲୁଟେରାମାନେ ଭଟ୍ଟିମୁଣ୍ଡା ଆଡକୁ ଫେରାର ହୋଇଯାଇଥିଲେ । ଲୁଟ୍ର ଏକ ଘଣ୍ଟା ପରେ ପୋଲିସକୁ ଜଣାଇବାକୁ ନେଇ ସଂପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ପୋଲିସ ତାଙ୍କୁ ଅଟକ ରଖି ତଦନ୍ତ ଜୋରଦାର କରିଛି ।.