ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ମହାପ୍ରଭୁ, ଅପେକ୍ଷାରେ ତିନି ରଥ

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ମଣ୍ଡପରେ ସଂଧ୍ୟା ଦର୍ଶନ । ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରୀବିଗ୍ରହଙ୍କ ସଂଧ୍ୟା ଦର୍ଶନ କରିଛନ୍ତି। ଆସନ୍ତାକାଲି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ମହାପ୍ରଭୁ। ଏଥିପାଇଁ ତିନ ରଥ ଏବେ ନାକଚଣା ଦ୍ୱାର ସମ୍ମୁଖରେ ଶ୍ରୀଜିଉଙ୍କ ଅପେକ୍ଷାରେ । ପବିତ୍ର ବାହୁଡ଼ା ଯାତ୍ରା ସୁୁରୁଖୁରୁରେ ସଂପନ୍ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଆହୁରି ପଢନ୍ତୁ ଖାଇବାକୁ ଦେଲାନି ପୁଅ, ଭୋକର ଜ୍ବାଳା ସହି ନପାରି ପାଣିକୁ ଡେଇଁପଡିଲେ ବୃଦ୍ଧା . . ଆଖି ଭିଜାଇ ଦେବ ଏହି ମା’ର କାହାଣୀ
ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶେଷ ଦର୍ଶନ। ନବମୀ ତିଥିରେ ମହାପ୍ରଭୁଙ୍କ ଦୁର୍ଲଭ ସାଂଧ୍ୟ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଶ୍ରଦ୍ଧାଳୁମାନେ ବ୍ୟାରିକେଡରେ ଯାଇ ଆ଼ଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । ବିଶ୍ୱାସ ରହିଛି, ଶ୍ରୀମନ୍ଦିରରେ ଦଶ ବର୍ଷ ଶ୍ରୀବିଗ୍ରହଙ୍କର ଦର୍ଶନରୁ ଯେତିକି ପୁଣ୍ୟ ପ୍ରାପ୍ତି ହୁଏ, ଆଡ଼ପ ମଣ୍ଡପରେ ଗୋଟିଏ ଦିନ ଦର୍ଶନରେ ସେତିକି ପୂଣ୍ୟ ମିଳିଥାଏ। ବିଶେଷ କରି ଘୋଷଯାତ୍ରାର ନବମୀ ସାଂଧ୍ୟ ଦର୍ଶନରେ ତାହା ଦଶଗୁଣ ଅଧିକ । ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ ପାଇଁ ୫୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଥିଲେ ।
ଆହୁରି ପଢନ୍ତୁବାହୁଡା ଯାତ୍ରା ନସରୁଣୁ ଚିରିଗଲା ଦୁଇ ରଥର କନା
ସେପଟେ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ମହାପ୍ରଭୁ। ବାହୁଡ଼ା ଯାତ୍ରା ପାଇଁ ଆସନ୍ତାକାଲି ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ନୀତିନିର୍ଘଣ୍ଟ ଅନୁସାରେ ଭୋର ୪ଟାରୁ ମଙ୍ଗଳ ଆଳତି, ପରେ ମଇଲମ, ତଡ଼ପ ଲାଗି, ରୋଷ ଭୋଗ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ହେବ। ସକାଳ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳ ବଲ୍ଲଭ, ସକାଳ ଧୂପ ସହ ସେନାପଟା ଲାଗି ହେବ। ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ପହଣ୍ଡି ଓ ଛେରାପହଁରା ଶେଷ ହେବା ପରେ ଅପରାହ୍ନ ୪ଟାରେ ହେବ ରଥଟଣା । ବାହୁଡ଼ା ଯାତ୍ରା ପାଇଁ ସାଂଧ୍ୟ ଦର୍ଶନ ପରେ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଚତୁର୍ଦ୍ଧାମୂର୍ତ୍ତି ବାହୁଡ଼ିବା ପରେ ଶନିବାର ଅପରାହ୍ନରେ ହେବ ମହାପ୍ରଭୁଙ୍କ ସୁନାବେଶ।