ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହଣ୍ଡି ବିଜେ ନୀତି, ପହଣ୍ଡିରେ ଆସି ପ୍ରଥମେ ରଥାରୁଢ ହେଲେ ପ୍ରଭୁ ସୁଦର୍ଶନ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହଣ୍ଡି ବିଜେ ନୀତି । ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ହେଲା । ସୁଦର୍ଶନଙ୍କ ପହଣ୍ଡି ପରେ ୩ ଦିଅଙ୍କ ପହଣ୍ଡି ଆରମ୍ଭ ହୋଇଛି । ପ୍ରଭୁଙ୍କ ଆଗମନ ସୂଚନା ନିମନ୍ତେ ଶ୍ରୀ ସୁଦର୍ଶନ ଆଗରେ ଆସନ୍ତି । ତେବେ ସୁଦର୍ଶନ ରଥରେ ବିଜେ ହେବା ପରେ ବଳଭଦ୍ରଙ୍କ ପହଣ୍ଡି ଚାଲିଛି। ପଛକୁ ପଛ ଆସୁଛନ୍ତି ସାନ ଭାଇ ଓ ଭଉଣୀ ସୁଭଦ୍ରା ।