ମା’ ତାରିଣୀଙ୍କର ମହିମା ଅନନ୍ୟ

ଲିଙ୍ଗରାଜ ମନ୍ଦିର ପରିସରରେ ଥିବା ମା' ତାରିଣୀଙ୍କର ମହିମା ଅନନ୍ୟ, କେବେ ଖାଲି ହାତରେ ଫେରିନାହିଁ ଭକ୍ତ

କଥା ସେଦିନର.. କିମ୍ବଦନ୍ତୀ ଅନେକ ପୁରୁଣା ବର୍ଷର। ଥରେ ଜାଗର ଅମାବାସ୍ୟା ରେ ଲିଙ୍ଗରାଜ ମନ୍ଦିର ପରିସର ଭିଡ଼ ଜମିଥାଏ । ଲମ୍ବା ଧାଡି ଲମ୍ବି ଥାଏ ଲିଙ୍ଗରାଜଙ୍କ ଦର୍ଶନ ପାଇଁ… ଭିଡ଼ ଭିତରେ ଲୋକମାନଙ୍କ ମଧ୍ୟରେ ଧସ୍ତା ଧସ୍ତି କେମିତି ଆଗରେ ଯାଇ ଟିକେ ପ୍ରଭୁ ଙ୍କୁ ଦର୍ଶନ କରିଦେବେ । ଆଗରୁ ତ କ୍ୟାମେରା ଆଦି ମନ୍ଦିର ପରିସର କୁ ନେବାକୁ ମନା କରାଯାଉଥିଲା । କିନ୍ତୁ ପରେ ମନ୍ଦିର ଭିତରକୁ କ୍ୟାମେରା ନେବାପାଇଁ ଅନୁମତି ମିଳିଥିଲା ଗଣ ମଧ୍ୟମକୁ । ଭକ୍ତ ମାନଙ୍କ ତଥା ଠାକୁର ସେବାୟତ ସମସ୍ତଙ୍କ ଭଲ ମନ୍ଦ ଖବର ପ୍ରସାରଣ ପାଇଁ ..

ଥରେ ଆମେ ଯାଇଥାଉ ମନ୍ଦିର ଭିତରକୁ .. ପ୍ରଥମେ ପ୍ରବେଶ ଦ୍ୱାରରେ ଦେଖିଵାକୁ ମିଳିଲା ବ୍ରହ୍ମା ଙ୍କ ମୂର୍ତ୍ତି ଯାହା କୌଣସି ମନ୍ଦିରରେ କେବେ ଦେଖି ନଥିବେ.. ବ୍ରହ୍ମଆ ଙ୍କ ମୂର୍ତ୍ତି ରଖିବା ର ଟିକିଏ ଵାଟ ପରେ ଶିବ ଲିଙ୍ଗ ବେଶ ହୋଇ ଥାଏ ,ଲୋକଙ୍କ ଭିଡ଼ ସାଙ୍ଗକୁ ଦର୍ଶନ ପାଇଁ ନିଜ ନିଜ ଭିତରେ ଧସ୍ତା ଧସ୍ତି, ଅନ୍ୟାନ୍ୟ ଦୃଶ୍ୟ ଦେଖୁ ଆମର ଆଖିରେ ପଡ଼ିଥିଲା ମନ୍ଦିର ପରିସରରେ ଥିବା ଗୋଟିଏ ସୁନ୍ଦର ସ୍ଥାନ ଉପରେ.. ଯାହାକି ବେଶ ମନ ଲୋଭା ଦେଖା ଯାଉଥିଲା।

ଏଠାରେ ବିଭିନ୍ନ ପ୍ରକାର ବୃକ୍ଷ ଥିଲା । ଅଁଳା ଠୁ ଆରମ୍ଭ କରି ମାଳତୀ,ବର କୋଳି ଏହି ତିନୋଟି ଗଛ… ଆଉ ଏହାରି ତଳେ ମୂର୍ତ୍ତି ଟିଏ ରଖାଯାଇଛି ଯେଉଁଥିରେ ସିନ୍ଦୁର ବୋଳା ହୋଇଛି । ଆଉ ଯେଉଁ ଗଛ ସବୁ ରହିଛି ସେସବୁ ର ଡାଳ ଲାଲ ଶଙ୍ଖାରେ ପୂର୍ଣ୍ଣ ହୋଇଛି । ଚାରିଆଡେ ଲାଲ ଶଙ୍ଖା ମୟ କି ସୁନ୍ଦର ମନୋରମ ଦୃଶ୍ୟ ଥରେ ଆଖି ପୁରାଇ ଦେଖନ୍ତୁ ଆଖି ଲେଖିଯିବ ସେ ଦୃଶ୍ୟ ଦେଖିଲେ । ମନ ଭିତରେ ଭକ୍ତି ଆପେ ଆପେ ଜାଗ୍ରତ ହେବ।

ଅତି ସୁନ୍ଦର ଦେଖା ଯାଉଥିଲା ଲାଲ ଶଙ୍ଖା ରେ ଓହଳି ଥିବା ଗଛଟି। ଆଉ ସବୁ ଶଙ୍ଖା ବନ୍ଧା ହୋଇଥିଲା ଲାଲ ଛିଟ ସହିତ। ଗଛ ଗୁଡିକ ଭରପୁର ଥିଲା କେବଳ ଶଙ୍ଖା ରେ । ଦେଖିଲେ ଛାଡି କି ଆସିବାକୁ ଇଛା ହେବନି । ଖାଲି ସେତିକି ନୁହେଁ ପାଖରେ ଗୋଟିଏ ଛୋଟ ମନ୍ଦିର ସହିତ ଗଛ ମୂଳେ ହାତୀ ର ମୂର୍ତ୍ତି । ଏଠାକୁ ପ୍ରତେକ ମହିଳା ଆସି ସେହି ଗଛର ଡାଳରେ ଛିଟ କପଡାରେ ଶଙ୍ଖା ବାନ୍ଧି ମୁଣ୍ଡିଆ ମାରି ଚାଲି ଯାଉଥିଲେ।

ଏସବୁ ଦୃଶ୍ୟ ଉପରୁ ଆମ ନଜର ଆଡେଇବାକୁ ଇଛା ହେଉନଥାଏ। ସେଠାରେ ପୂଜକ ଆଳତି କରି ପୂଜା ଅର୍ଚନା କରୁଥାନ୍ତି।ଯିଏ ଗଲେ ମୁଣ୍ଡିଆ ମାରି ଆଶୀର୍ବାଦ ନେଇ ଆଊହାନ୍ତି । ତେବେ ପୂଜା କରୁଥିବା ପୂଜଙ୍କୁ ପଚାରି ଲୁ । ସେ କହୁଥିଲେ ମାଆ ତାରିଣୀ ସେଠାରେ ପୂଜା ପାଉଛନ୍ତି ।l ଦୀର୍ଘ କୋଡିଏ ବର୍ଷ ହେବ ମାଙ୍କୁ ଏଠାରେ ପୂଜକଙ୍କ ପିତା ସ୍ଥାପନ କରିଥିଲେ ।ମାଆ ତାରିଣୀ କୁଆଡେ ସ୍ବପ୍ନ ଦେଶ ହୋଇ ଏଠାରେ ସ୍ଥାପିତ ହୋଇଛନ୍ତି । ଯେଉଁ ଭକ୍ତ ମାଆ ଙ୍କ ସ୍ମରଣ କରି ଏହି ଗଛ ଡାଳରେ ଛିଟ କପଡାରେ ଶଙ୍ଖା କୁ ବାନ୍ଧେ ତାର ମନ କାମନା ସବୁ ପୂରଣ ହୁଏ ବୋଲି ଆସ୍ଥା ଓ ବିଶ୍ୱାସ ରହିଛି l ମାଆ ଙ୍କ ପାଖରେ ଦୀପ ଟିଏ ଜଳାଇ ମଥା ଟେକି ଦେଲେ ସବୁ କାମରେ ସଫଳତା ମିଳିଥାଏ ବୋଲି ପୂଜକ କୁହନ୍ତି।

ମାଆ ତାରିଣୀ ଏଠାରେ ଲିଙ୍ଗରାଜଙ୍କ ଦକ୍ଷିଣ ପାର୍ଶ୍ୱରେ ରହିଛନ୍ତି । ଏହି ସ୍ଥାନ ଟି ସବୁଠାରୁ ଏତେ ମନ ଲୋଭା ଦେଖା ଯାଉଛି ଦେଖିଲା ଲୋକ କହିବେ । ଆପଣ ମାନେ ଯେତେବେଳେ ଲିଙ୍ଗରାଜ ମନ୍ଦିର ଆସୁଛନ୍ତି ମାଆ ତାରିଣୀଙ୍କ ଏହିସ୍ଥାନ କୁ ନିଶ୍ଚୟ ଆସନ୍ତୁ । ମାଆଙ୍କ ପାଖରେ ଶଙ୍ଖା ବାନ୍ଧି ଦୀପ ଟିଏ ଜଳାଇ ଯାଆନ୍ତୁ ।