ଡରାଉଛି ଲଗାଣ ବର୍ଷା: ବଢୁଛି ମହାନଦୀ ଓ ତାର ଶାଖାନଦୀ

:ଲଗାଣ ବର୍ଷାରେ ବଢୁଛି ମହାନଦୀ ଓ ତାର ଶାଖାନଦୀ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବା ସହ ମହାନଦୀ ଅବବାହିକାରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ହୀରାକୁଦ ଜଳଭଣ୍ଡାର କଣ୍ଟ୍ରୋଲ ରୁମ୍ ପକ୍ଷରୁ ସୂଚନା ମିଳିଛି । ହୀରାକୁଦ ଜଳଭଣ୍ଡାରରେ ୬୨୪.୪୫ ଫୁଟ ଜଳସ୍ତର ରହିଛି । ଜଳଭଣ୍ଡାରକୁ ୯୮ହଜାର ୯୭୩ କ୍ୟୁସେକ ଜଳ ପ୍ରବେଶ କରୁଛି । କୌଣସି ସ୍ଲଇସ ଗେଟ୍ ଖୋଲାନାହିଁ ।
ପଥରଲାରେ ୬୧ ହଜାର ୬୩୩ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ଖଇରାମାଳରେ୯୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ବରମୂଳରେ ୮୬ ହଜାର ୫ ଶହ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳୀରେ ୬୯ ହଜାର ୩ ଶହ କ୍ୟୁସେକ ଜଳ ପ୍ରବାହିତ ହେଉଛି ।