ଭାତ ସହିତ ପରଷନ୍ତୁ ‘ପନୀର କଡି’, ଥରେ ବନାଇ ତ ସ୍ୱାଦ ଚାଖନ୍ତୁ

ଆପଣ ଦହି କଡି, ଭେଣ୍ଡି କଡି, ବାଇଗଣ କଡି ଖାଇଥିବେ କିନ୍ତୁ କଣ ଆପଣ କେବେ ପନୀର କଡିର ସ୍ୱାଦ ଚାଖିଛନ୍ତି। ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି ଆପଣ ପନୀର କଡି ପ୍ରସ୍ତୁତ କରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
୨ କପ୍ ଦହି, ଅଧା କପ୍ ବେସନ, ୧/୨ କପ୍ ପନୀର କ୍ୟୁବ୍ସ, ୧/୨ ଚାମଚ, ହଳଦି ପାଉଡର, ସ୍ୱାଦାନୁସାରେ ଲୁଣ, ଦୁଇଟି କଞ୍ଚା ଲଙ୍କା, ୨ ଚାମଚ ପିଆଜ, ଏକ ଚାମଚ ରସୁଣ, ୧/୨ ଚାମଚ ସୋରିଷ ଦାନା, ୨ଟି ଲାଲ ଲଙ୍କା, ୫-୬ଟି ଭୃଷଙ୍ଗ ପତ୍ର, ୧ ଚାମଚ ତେଲ, ସ୍ୱାଦାନୁସାରେ ଲେମ୍ବୁ ରସ।
ପ୍ରସ୍ତୁତି ପ୍ରଣାଳୀ
- ପନୀରର ଖଣ୍ଡକୁ ନେଇ ଫ୍ରାଏ କରନ୍ତୁ ଏବଂ ତାକୁ ଅଲଗା ରଖିଦିଅନ୍ତୁ।
- ବେସନ, ଦହି,ହଳଦି ଏବଂ ଲୁଣକୁ ମିଶାଇ ଏକ ତରଳ ପେଷ୍ଟ ପ୍ରସ୍ତୁତ କରି ରଖନ୍ତୁ।
- ଏବେ ଏଥିରେ ବେସନ-ଦହିର ମିଶ୍ରଣ ମିଶାନ୍ତୁ ଏବଂ ମଧ୍ୟମ ଆଞ୍ଚରେ ଫୁଟିବାକୁ ଛାଡନ୍ତୁ।
- ସ୍ୱାଦାନୁସାରେ ଲୁଣ ପକାଇ ମିଶାନ୍ତୁ।
- ଧୀମା ଆଞ୍ଚରେ ଏଥିରେ ଲେମ୍ବୁ ରସ ପକାଇ ମିକ୍ସ କରନ୍ତୁ।
- ଏହାପରେ ଏଥିରେ ପନୀର କ୍ୟୁବ୍ସ ପକାନ୍ତୁ।
- ଏକ ଅଲଗା ପ୍ୟାନରେ ଲାଲ ଲଙ୍କ, ସୋରିଷ ଦାନା ଏବଂ ଭୃଷଙ୍ଗ ପତ୍ର ପକାଇ ତଡକା ଦିଅନ୍ତୁ।
- ତଡକା ଦେବାପରେ ଏହାକୁ ନେଇ କଡିରେ ପକାଇ ଦିଅନ୍ତୁ।
- ଆଞ୍ଚ ବନ୍ଦ କରିଦିଅନ୍ତୁ ଏବଂ ଢ଼ାଙ୍କୁଣୀ ବନ୍ଦ କରିଦିଅନ୍ତୁ।
- ଭାତ ସହିତ ଏହି ପନୀର କଡିକୁ ସର୍ଭ କରନ୍ତୁ।